ଭ୍ୟାକସିନ୍‌ ଉତ୍ପାଦନ ପାଇଁ ଆମେରିକା ପଠାଇଲା କଞ୍ଚାମାଲ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): କରୋନା ମହାମାରୀ ମଧ୍ୟରେ ଭାରତରେ ସ୍ଥିତି ସଙ୍ଗିନ ହୋଇପଡିଛି l ବିଭିନ୍ନ ଦେଶ ଭାରତକୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି । ଆମେରିକା ମଧ୍ୟ ଏହି ସଙ୍କଟ ମଧ୍ୟରେ ଭାରତକୁ ସହାୟତା ଜାରି ରଖିଛି । କୋଭିଡ୍‌-୧୯ ଭ୍ୟାକସିନ୍‌ ତିଆରି ପାଇଁ ଆବଶ୍ୟକ କଞ୍ଚାମାଲ ଯେଗାଇଛି ଆମେରିକା । ଆମେରିକା ଯେତିକି ପରିମାଣର କଞ୍ଚାମାଲ ପଠାଇଛି  ସେଥିରେ ୨ କୋଟି କୋଭିସିଲ୍ଡ ଡୋଜ୍‌ ଉତ୍ପାଦନ ହୋଇପାରିବ ।

ଏହାଛଡା ଆମେରିକାର ବାଇଡେନ୍‌ ପ୍ରଶାସନ ୮୧ ହଜାର ରେମଡେସିଭିର ଇଞ୍ଚେକସନ୍‌ ମଧ୍ୟ ପଠାଇଛନ୍ତି । କରୋନାର ଦ୍ବିତୀୟ ଲହର ଲଗାତାର ଭାବେ ଭୟାବହ ହୋଇଚାଲିଛି । ଏଥିପାଇଁ ତମାମ ଦେଶ ସହାୟତା ଜାରି ରଖିଛନ୍ତି । ୟୁରୋପୀୟ ସଂଘ ପ୍ରାୟ ୧୯ କୋଟି ଟଙ୍କାର ଏମରଜିନ୍ସି ଫଣ୍ଡିଂ ଦେବାକୁ ଘୋଷଣା କରିଛି । ଦରକାର ହେଲେ ଆଗକୁ ମଧ୍ୟ ସହାୟତା ଜାରି ରହିବ ବୋଲି ୟୁରୋପୀୟ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ପୁନେ ସ୍ଥିତ ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଦ୍ବାରା ପ୍ରସ୍ତୁତ ହେଉଥିବା କୋଭିସିଲ୍ଡ ଟିକା ପାଇଁ ଆବଶ୍ୟକ କଞ୍ଚାମାଲ ଆମେରିକାରୁ ହିଁ ଆସିଥାଏ । ଭାରତରେ ଉତ୍ପାଦାନ ବୃଦ୍ଧି କରିବାକୁ କଞ୍ଚାମାଲ ପଠାଇବାକୁ ଆମେରିକାକୁ ଅନୁରୋଧ କରିଥିଲେ ଭାରତ ସରକାର ଏବଂ ସେରମ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ମୁଖ୍ୟ ଆର ପୁନାଓ୍ବାଲା ।

Leave a Reply

Your email address will not be published. Required fields are marked *