ପାକିସ୍ତାନ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସର ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ସିଡନୀ, (ଓଡିଶା ଟାଇମ୍‌): ଆମେରିକା ପକ୍ଷରୁ ପାକିସ୍ତାନ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସ ଉପରେ ବ୍ୟାନ୍ ଲଗାଯାଇଛି ।

ଆମେରିକାର ଡିପାର୍ଟମେଣ୍ଟ ଅଫ୍ ଟ୍ରାନ୍ସପୋଟେସନ୍ ଏ ସମ୍ପର୍କରେ କହିଛନ୍ତି ଯେ ଆମେ ପାକିସ୍ତାନୀ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସ କୁ ଅନୁମତି ଦେବା ନିଷ୍ପତ୍ତିରେ ପରିବର୍ତ୍ତନ କରିଛୁ । ପାକିସ୍ତାନୀ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସ ଆମେରିକାରେ କେବଳ ଚାର୍ଟର ଫ୍ଲାଇଟ୍ସ ଉଡାଉ ପାରୁଥିଲା, ଯାହା ଉପରେ ଏବେ ପ୍ରତିବନ୍ଧକ ଲଗାଯାଇଛି ।

ଆମେରିକା ଏହା ପଛରେ ପାକିସ୍ତାନୀ ପାଇଲଟଙ୍କ ସାର୍ଟିଫିକେସନକୁ ନେଇ ଫେଡେରଲ ଆଭିଏସନ ଆଡମିନିଷ୍ଟ୍ରେସନ (ଏଫଏଏ)ର ଚିନ୍ତାକୁ ଦେଖି ନେଇଛି ।

ପାକିସ୍ତାନ ନିଜର ଅନେକ ପାଇଲଟଙ୍କ ଉପରେ ରୋକ ଲଗାଇଛି । ଏହାପୂର୍ବରୁ ପାକିସ୍ତାନ ନିଜର ଏକ ପାଇଲଟକୁ ନକଲି ଲାଇସେନ୍ସ ଅଭିଯୋଗରେ ହଟାଇ ଦେଇଥିଲା ।

ଆହୁରି ମଧ୍ୟ ୟୁରୋପିଆନ୍ ୟୁନିୟନ୍ ଆଭିଏସନ ସେଫ୍ଟି ଏଜେନ୍ସି ପିଆଇଏର ଅଥୋରାଇଚେସନକୁ ସସପେଣ୍ଡ ମଧ୍ୟ କରି ଦେଇଛନ୍ତି । ଏହି ରୋକ ଆଗାମୀ ୬ ମାସ ଯାଏଁ ଲାଗୁ ରହିବ ।

ପାକିସ୍ତାନ ଜିଓ ନ୍ୟୁଜକୁ ସୂଚନା ଦେଇ କହିଛି ଯେ ପିଆଇଏ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଥିବା ସ୍ପଷ୍ଟ କରିଛି । ପିଆଇଏ ଆହୁରି ମଧ୍ୟ କହିଛି ଯେ ଏୟାରଲାଇନ୍ସକୁ ଯେଉଁ ଜରୁରୀ ସୁଧାର କରିବାର ଆବଶ୍ୟକତା ଅଛି, ତାହା ଉପରେ କାମ କରିବ ।

ଯେଉଁ ପାଇଲଟଙ୍କର ଲାଇସେନ୍ସ ଓ କ୍ୱାଲିଫିକେସନକୁ ନେଇ ଭୁଲ ତଥ୍ୟ ଦିଆଯାଇଛି ସେହି ପାଇଲଟଙ୍କ ଉପରେ ଯାଞ୍ଚ କରାଯିବ । ଏପରିକି ଚଳିତ ବର୍ଷ ମେ ମାସରେ ଏକ ପିଆଇଏ ଜେଟ୍ କ୍ରାଶ ହୋଇଥିଲା । ଯେଉଁଥିରେ ପ୍ରାୟ ୯୭ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଏହାପର ଠାରୁ ପାଇଲଟଙ୍କ ଲାଇସେନ୍ସ ଓ କ୍ୱାଲିଫିକେସନ ତଥ୍ୟ ଉପରେ ଯାଞ୍ଚ ଆରମ୍ଭ ହୋଇଥିଲା ।

Leave a Reply

Your email address will not be published.