ଘୁଞ୍ଚିଲା ସିଭିଲ୍ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଘୁଞ୍ଚିଲା ସିଭିଲ୍ ସର୍ଭିସ (ପ୍ରିଲିମିନାରୀ) ପରୀକ୍ଷା। ଜୁନ୍ ୨୭ରେ ହେବାକୁ ଥିବା ଏହି ପରୀକ୍ଷା ଅକ୍ଟୋବର ୧୦କୁ ଘୁଞ୍ଚିଲା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି UPSC ନିଷ୍ପତ୍ତି ନେଇଛି। ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଏହି ସମୟରେ ଆୟୋଜିତ ହେବାକୁ ଥିବା ସିବିଏସଇ, ମାଟ୍ରିକ, ଅନ୍ୟାନ୍ୟ କମ୍ପିଟେଟିଭ ପରୀକ୍ଷାକୁ ମଧ୍ୟ ସରକାର ଘୁଞ୍ଚାଇଛନ୍ତି। ତେଣୁ ୟୁପିଏସସି ପରୀକ୍ଷା ତାରିଖ ମଧ୍ୟ ଘୁଞ୍ଚାଇବାକୁ ବିଦ୍ୟାର୍ଥୀ ଦାବି କରୁଥିଲେ। ଆଉ ୟୁପିଏସସି କରୋନା ସଂକ୍ରମଣର ଭୟାବହତାକୁ ବିଚାରକୁ ନେଇ ପରୀକ୍ଷା ତାରିଖ ଘୁଞ୍ଚାଇଛି।

Leave a Reply

Your email address will not be published.