ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଦମ୍‍ଦାର ବିଜୟ ପରେ ଯୋଗୀ ଆଦିତ୍ୟନାଥ ଆସନ୍ତାକାଲି ଦିଲ୍ଲୀ ଗସ୍ତ କରିବେ। ସୂଚନା ଅନୁଯାୟୀ, ଯୋଗୀ ଆଦିତ୍ୟନାଥ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ସାକ୍ଷାତ କରିବେ। ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହ ହୋଲି ପରେ ହୋଇପାରେ ବୋଲି ଜଣାପଡିଛି। ଏହାପୂର୍ବରୁ ମାର୍ଚ୍ଚ ୧୦ରେ ହୋଇଥିବା ମତଗଣନାରେ ବିଜେପି ବହୁ ମାତ୍ରାରେ ୨୭୩ ଆସନରେ ଜିତି ଦମଦାର ବିଜୟ ହାସଲ କରିଥିଲା। ଏହା ପରେ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦିନ ରାଜ୍ୟପାଳ ଆନନ୍ଦିବେନ୍‍ ପଟେଲଙ୍କୁ ଇସ୍ତଫା ଦେଇଛନ୍ତି। ଭୋଟ୍ ଫଳାଫଳ ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଯୋଗୀ ଆଦିତ୍ୟନାଥଙ୍କ ଏହା ପ୍ରଥମ ସାକ୍ଷାତ ହେବ।

Leave a Reply

Your email address will not be published. Required fields are marked *