ଆଜି ଯୋଗୀ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବୈଠକ

ଲକ୍ଷ୍ନୋ, (ଓଡିଶା ଟାଇମ୍): ଉତ୍ତରପ୍ରଦେଶରେ ଗଠନ ହୋଇଛି ଯୋଗୀ ସରକାର । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଦ୍ବିତୀୟ ଥର ପାଇଁ ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି  । ଗତକାଲି ଯୋଗୀ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ ନେଇଥିବା ବେଳେ ୨ ଜଣ ଉପମୁଖ୍ୟମନ୍ତ୍ରୀ ଓ ୫୦ ଜଣ ମନ୍ତ୍ରୀ, ରାଷ୍ଟ୍ର ମନ୍ତ୍ରୀ (ସ୍ୱତନ୍ତ୍ର ଦାୟିତ୍ୱ) ଓ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତେବେ ଆଜି ପୂର୍ବାହ୍ନ ୧୦ଟାରେ ଯୋଗୀ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବୈଠକ ବସିବାକୁ ଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗୀ ପ୍ରଥମଥର ପାଇଁ ଅଧ୍ୟକ୍ଷତା କରିବେ । ପରେ ପୂର୍ବାହ୍ନ ୧୧ଟାରେ ବାଚସ୍ପତିଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ରାଜଭବନରେ ଏହି ସମାରୋହ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏଥିରେ ଅସ୍ଥାୟୀ ବାଚସ୍ପତି ଭାବେ ଶପଥ ନେବେ ରମାପତି ଶାସ୍ତ୍ରୀ । ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସାମିଲ ହେବା ନେଇ ଜଣାପଡ଼ିଛି । ଖାଲି ସେତିକି ନୁହେଁ ଦିନ ସାଢ଼େ ୧୧ଟାରେ ମଧ୍ୟ ଯୋଗୀଙ୍କୁ ନେଇ ଆଉ ଏକ ବଡ଼ କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସଚିବ ସ୍ତରରୁ ଆରମ୍ଭ କରି ଉପରସ୍ତରର ଅଧିକାରୀଙ୍କୁ ସମ୍ବୋଧିତ କରିବେ ବୋଲି ସୂଚନା ଦିଆଯାଇଛି ।

Leave a Reply

Your email address will not be published.