ଅର୍ଥନୈତିକ ପେଣ୍ଠସ୍ଥଳୀ ହେବ ବାଲେଶ୍ୱର: ଧର୍ମେନ୍ଦ୍ର
ବାଲେଶ୍ଵର, (ଓଡିଶା ଟାଇମ୍) :ପାଖେଇ ଆସୁଛି ବାଲେଶ୍ବର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ । ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାରରେ ଲାଗିପଡିଛନ୍ତି ଦଳୀୟ ନେତା । ଉପନିର୍ବାଚନ ପାଇଁ ଜମିଲାଣି ପ୍ରଚାର । ପ୍ରଚାର ମୈଦାନଙ୍କୁ ଓହ୍ଲାଇଛନ୍ତି ତିନି ପ୍ରମୁଖ ଦଳ ହେଭିଓ୍ବେଟ୍ । ଏହି ସହୟରେ ବାଲେଶ୍ବର ସଦର ଉପନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ।
ଶନିବାର ବାଲେଶ୍ବର ରୁପସାରେ ଏକ ରାଜନୈତିକ ସଭାକୁ ସମ୍ବୋଧନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦଳୀୟ ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ ଧର୍ମେନ୍ଦ୍ର ପ୍ରଚାର କରିଛନ୍ତି । ମାନସ ଦତ୍ତଙ୍କୁ ଭୋଟ୍ ଦେବାପାଇଁ ଭୋଟରଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର । ଏହି ଉପନିର୍ବାଚନର ପ୍ରସଙ୍ଗ ବାଲେଶ୍ବରର ବିକାଶ ବୋଲି ସେ କହିଛନ୍ତି ।
ବାଲେଶ୍ବର ରୋଜଗାରର ପେଣ୍ଠସ୍ଥଳୀ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ଧର୍ମେନ୍ଦ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟଙ୍କା ଦେଇଛନ୍ତି ହେଲେ ଓଡିଶାରେ କାମ ହେଉନାହିଁ । ବାଲେଶ୍ବର ପାଇଁ ୮ ମାସରେ ହଜାରେ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ । କିନ୍ତୁ ତାର ସଠିକ୍ ଉପଯୋଗ ହେଉନାହିଁ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମାଗଣା ଚାଉଳ, ଡ଼ାଲି, ଉଜ୍ବଳା ଯୋଜନାରେ ଗ୍ୟାସ ଓ ଅନ୍ୟାନ୍ୟ ଆର୍ଥିକ ସହାୟତା ଦିଆଯାଇଛି । ଖାଦ୍ୟ ପ୍ରକ୍ରିୟାକରଣ ପ୍ଲାଣ୍ଟ ବାଲେଶ୍ବରରେ ହେବାର ଥିଲା କିନ୍ତୁ ତାହା ଡେରାସରେ କାହିଁକି ହେଲା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ ଉଠାଇଛନ୍ତି ।