କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କରୋନା, ମେଡିକାଲରେ ଭର୍ତ୍ତି
ନୂଆଦିଲ୍ଲୀ, (ଓଡିଶା ଟାଇମ୍): କେନ୍ଦ୍ର ପେଟ୍ରୋଲିୟମ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ଚିକିତ୍ସା ପାଇଁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ସେ ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । “କରୋନାର ଲକ୍ଷଣ ଦେଖାଯିବା ପରେ ମୁଁ କୋଭିଡ ଟେଷ୍ଟ କରାଇଥିଲି । ଆଉ ରିପୋର୍ଟ ପଜିଟିଭ ଆସିଛି । ଏବେ ମୁଁ ଠିକ୍ ଅଛି, ହେଲେ ଡାକ୍ତରଙ୍କ ପରାମର୍ଶରେ ମୁଁ ମେଡିକାଲରେ ଭର୍ତ୍ତି ହେଉଛି” ବୋଲି ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି।
ଏହାପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କରୋନାରେ ଆକ୍ରାନ୍ତ ହୋଇଥିଲେ । ସେ ମଧ୍ୟ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଓ ତାଙ୍କ ଝିଅ ଏବଂ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଠାରୁ ଆରମ୍ଭ କରି ଅମିତାଭ ବଚ୍ଚନଙ୍କ ଭଳି ବଡ ବଡ ଅଭିନେତା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ ।