ଅଗଷ୍ଟ ୧୬ରୁ ଖୋଲିବ କଲେଜ ଓ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର, (ଓଡିଶା ଟାଇମ୍): ଅଗଷ୍ଟ ୧୬ ତାରିଖରୁ ଖୋଲିବ କଲେଜ ଓ ବିଶ୍ବବିଦ୍ୟାଳୟ । ଶ୍ରେଣୀଗୃହରେ ଆରମ୍ଭ ହେବ UG/PG ପାଠପଢା । ଏ ନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ବିଭାଗ । ପ୍ରଥମ ବର୍ଷର ପିଜି ଏବଂ UGର ପ୍ରି-ଫାଇନାଲ ବର୍ଷର ପାଠପଢା ଚାଲିବ । UG/PG ଫାଇନାଲ ବର୍ଷର ପରୀକ୍ଷା ଅନ୍‌ଲାଇନରେ ଅନୁଷ୍ଠିତ ହେବ ବୋଲି ଟ୍ବିଟ୍ ରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *