ଆଜିଠୁ ଆରମ୍ଭ ହେବ ୟୁଜି ପ୍ରଥମ ବର୍ଷ ପାଠପଢା
ଭୁବନେଶ୍ବର, (ଓଡିଶା ଟାଇମ୍): ଆଜିଠୁ ଆରମ୍ଭ ହେବ ୟୁଜି ଓ ପିଜି ପ୍ରଥମ ବର୍ଷ ପାଠପଢ଼ା। ନଭେମ୍ବର ୧ ରୁ ୟୁଜି ପ୍ରଥମ ବର୍ଷ ଓ ୧୫ ରୁ ପିଜି ପ୍ରଥମ ବର୍ଷ ଅଫଲାଇନ ପାଠପଢ଼ା ଆରମ୍ଭ ହେବ। ଏନେଇ ଉଚ୍ଚଶିକ୍ଷା ସଚିବ ରାଜ୍ୟର ସମସ୍ତ କଲେଜ ଅଧ୍ୟକ୍ଷ ଓ ବିଶ୍ଵବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖିଛନ୍ତି। କୋଭିଡ କଟକଣାରେ ହେବ ପାଠପଢ଼ା।
ଖବର ଅନୁଯାୟୀ, କରୋନା ସଂକ୍ରମଣ ଲାଗି ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ଏବେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇବା ପରେ ପୂର୍ବ ଭଳି ବିଦ୍ୟାଳୟ, କଲେଜ ଓ ଶିକ୍ଷାନୁଷ୍ଠାନ ଖୋଲିବା ଆରମ୍ଭ ହୋଇଛି । ଏହିକ୍ରମରେ ନଭେମ୍ବର ମାସରୁ ୟୁଜି ଓ ପିଜିର ପ୍ରଥମ ବର୍ଷ ପାଠପଢା ଆରମ୍ଭ ହେବ । ନଭେମ୍ବର ୧ରୁ ୟୁଜି ପ୍ରଥମ ବର୍ଷ ଓ ୧୫ ରୁ ପିଜି ପ୍ରଥମ ବର୍ଷ ପାଇଁ ଅଫଲାଇନ୍ ପାଠପଢା ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ସଚିବ ରାଜ୍ୟର ସମସ୍ତ କଲେଜ ଅଧ୍ୟକ୍ଷ ଓ ବିଶ୍ଵବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖିଛନ୍ତି। କୋଭିଡ କଟକଣାରେ ହେବ ପାଠପଢ଼ା।