ଷ୍ଟେଟ୍ ବ୍ୟାଙ୍କ କର୍ମଚାରୀଙ୍କୁ କରୋନା

ଉଦଳା, (ଓଡିଶା ଟାଇମ୍) : ରାଜ୍ୟରେ ହୁ ହୁ ହୋଇ କରୋନା ବଢିବାରେ ଲାଗିଛି। ତେବେ ଷ୍ଟେଟ୍ ବ୍ୟାଙ୍କରେ ଜଣେ କର୍ମଚାରୀ ଙ୍କ କରୋନା ପଜିଟିଭ ବାହାରିଛି ।ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ କରୋନା ନିଜର କାୟା ବିସ୍ତାର କରି ଚାଲିଛି। ତେବେ ଉଦଳା ଷ୍ଟେଟ୍‌ ବ୍ୟାଙ୍କର ଫିଲଡ ଅଫିସର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି।କରୋନା ଆକ୍ରାନ୍ତ ଅଫିସରଙ୍କୁ କୋଭିଡ୍‌ ହସ୍ପିଟାଲ ନିଆଯାଇଥିବା ବେଳେ ଆଜି ସକାଳ ୧୦ ଟାରେ ପୁରା ବ୍ୟାଙ୍କକୁ ସାନିଟାଇଜ୍‌ କରାଯାଇଛି। ଏହାସହିତ କାର୍ଯ୍ୟରତ ଅନ୍ୟ ସମସ୍ତ କର୍ମଚାରୀ ହୋମ୍ କ୍ବାରେଣ୍ଟାଇନ୍ ରହିବେ।ତେବେ ବ୍ୟାଙ୍କରେ ଲୋକଙ୍କ ଟଙ୍କା ନେଣ ଦେଣ କାରବାର ଦାୟିତ୍ବରେ ଥିବା ଫିଲଡ ଅଫିସର କରୋନା ପଜିଟିଭ୍ ଚିହ୍ନଟ ପରେ ଏହାକୁ ନେଇ ଲୋକେ ଆଶା ଓ ଆଶଙ୍କାରେ ରହିଛନ୍ତି।

Leave a Reply

Your email address will not be published.