କ୍ୟାପିଟାଲ ହସ୍ପିଟାଲର ଆଉ ୨ କର୍ମଚାରୀଙ୍କୁ କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍) : କ୍ୟାପିଟାଲ ହସ୍ପିଟାଲରେ କରୋନା ସଂକ୍ରମିତ ବଢ଼ିଛି । ପୂର୍ବରୁ ହସ୍ପିଟାଲର ୫ଜଣ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ବେଳେ  ଆଉ ଦୁଇ ଷ୍ଟାଫନର୍ସ ସଂକ୍ରମିତ ହୋଇଛନ୍ତି । ଏ ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି । ଆସନ୍ତାକାଲି ବିଏମ୍‌ସି ପକ୍ଷରୁ ଏନେଇ ବିସ୍ତୃତ ସୂଚନା ଦିଆଯିବ ।

ଚିହ୍ନଟ ଦୁଇ ଜଣ ହସ୍ପିଟାଲର ସମ୍ବେଦନଶୀଳ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ଓ ଶିଶୁ ୱାର୍ଡରେ କାର୍ଯ୍ୟ କରୁଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି, ଶିଶୁ ୱାର୍ଡରେ ଚିହ୍ନଟ ପଜିଟିଭ୍‌ ଆଜି ରୋଗୀସେବାରେ ନିୟୋଜିତ ଥିଲେ । ଦୁଇ ଷ୍ଟାଫ୍‌ ନର୍ସ ସଂକ୍ରମିତ ହୋଇଥିବା ବେଳେ ସେମାନେ କେଉଁ ଉତ୍ସରୁ ସଂକ୍ରମିତ ହୋଇଛନ୍ତି । ତାକୁ ନେଇ ଭୟ ବଢ଼ିଛି ।

ଏହି ଦୁଇ ଜଣ ନା ଆହୁରି କେତେଜଣ ସଂକ୍ରମିତ ହୋଇଛନ୍ତି ହସ୍ପିଟାଲରେ । ଏମିତି ଅନେକ କଥାର ଖୋଜା ଚାଲିଛି । ଆଜି ପଜିଟିଭ୍‌ ଆସିଥିବା ନର୍ସ ଡ୍ୟୁଟିରେ ରହିଥିବାରୁ ଶିଶୁଙ୍କ ସେବାରେ ନିୟୋଜିତ ଥିଲେ । ସକ୍ରିୟ ରହି କାର୍ଯ୍ୟ କରୁଥିଲେ । ଯଦିବା ତାଙ୍କର ସ୍ୱାବ୍‌ ପରୀକ୍ଷା ପାଇଁ ଯାଇଥିଲା । ଯେଉଁଥିପାଇଁ ଚିକିତ୍ସିତ ଶିଶୁ ଓ ଅନ୍ୟ ଷ୍ଟାଫ୍‌ଙ୍କୁ ସଂକ୍ରମଣ ଆଶଙ୍କା ବଢିଛି । ଏଇ ୭ ନୁହେଁ, ହସ୍ପିଟାଲରୁ ନିକଟରେ ୩ ରୋଗୀ ମଧ୍ୟ ପଜିଟିଭ୍‌ ଆସିଛନ୍ତି ।

ଏତେ ଜଣ ସଂକ୍ରମିତ ହେବା ପରେ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ କିନ୍ତୁ ଚେତି ନାହାନ୍ତି । ହସ୍ପିଟାଲରେ କାର୍ଯ୍ୟରତ ନର୍ସଙ୍କୁ ପିପିଇ ଦୂରର କଥା । ଏନ୍‌୯୫ ମାସ୍କ ମଧ୍ୟ ଦେଉ ନାହାନ୍ତି । ହସ୍ପିଟାଲର ଶିଶୁ ଓ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ଡାକ୍ତର ଓ ଷ୍ଟାଫ୍‌ନର୍ସଙ୍କୁ ପିପିଇ କିଟ୍‌ ଦେବାକୁ କର୍ତ୍ତୃପକ୍ଷ କହିଥିଲେ । ହେଲେ ଏହି ୱାର୍ଡରେ କାହାକୁ ପିପିଇ କିଟ୍‌ ମିଳିନି ।

Leave a Reply

Your email address will not be published.