କୋଭିଡ-୧୯ ହସ୍ପିଟାଲରେ ଦୁଇ ନର୍ସଙ୍କୁ କୋରୋନା
ବାଲେଶ୍ୱର, (ଓଡିଶା ଟାଇମ୍) : ରାଜ୍ୟରେ ଦୁଇ ଜଣ ନର୍ସଙ୍କୁ କୋରୋନା । ବାଲେଶ୍ୱର କୋଭିଡ୍ ହସ୍ପିଟାଲର ଦୁଇ ଜଣ ନର୍ସ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି । ଦୁଇ ନର୍ସଙ୍କ କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିବା ପରେ ହସ୍ପିଟାଲ୍ର ଅନ୍ୟ କର୍ମଚାରୀମାନେ ପର୍ୟ୍ୟାୟକ୍ରମେ କ୍ୱାରେଣ୍ଟିନ୍ରେ ରହୁଛନ୍ତି । କରୋନା ଆକ୍ରାନ୍ତ ଦୁଇ ନର୍ସ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ସେପଟେ ବିଭିନ୍ନ ଦାବି ନେଇ ହସ୍ପିଟାଲର ଫାଟକ ନିକଟରେ ଧାରଣା ଦେଇଛନ୍ତି ୩୫ରୁ ଅଧିକ ନର୍ସ । ହସ୍ପିଟାଲରେ କାର୍ୟ୍ୟରତ ସମସ୍ତ ନର୍ସଙ୍କ ସ୍ୱାବ୍ ଟେଷ୍ଟ କରିବାକୁ ସେମାନେ ଦାବି କରିଛନ୍ତି । ଏହାସହ କୋଭିଡ୍ ଟେଷ୍ଟରେ ନିୟୋଜିତ ନର୍ସଙ୍କୁ ସରକାରୀ ଭିତ୍ତିରେ ଦରମା ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି । ଅନ୍ୟପଟେ ସମସ୍ତ କର୍ମଚାରୀଙ୍କ ସ୍ୱାବ୍ ଟେଷ୍ଟ କରିବାକୁ କୌଣସି ନିୟମ ନାହିଁ ବୋଲି କୋଭିଡ୍ ହସ୍ପିଟାଲ୍ ଇନଚାର୍ଜ କହିଛନ୍ତି । କେବଳ ଲକ୍ଷଣ ଦେଖାଗଲେ ଟେଷ୍ଟ୍ କରାଯିବ ବୋଲି କହିଛନ୍ତି ।