କ୍ୟାପିଟାଲ ହସ୍ପିଟାଲରୁ ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜଧାନୀର କ୍ୟାପିଟାଲରୁ ହସ୍ପିଟାଲରୁ ପୁଣି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୟାପିଟାଲ ହସ୍ପିଟାଲରୁ ଆଉ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କ୍ୟାପିଟାଲ ହସ୍ପିଟାଲର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରୁ ପୁଣି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ପୁଣି ଜଣେ ପ୍ରସୂତି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଗତକିଛି ଦିନ କ୍ୟାପିଟାଲ ହସ୍ପିଟାଲରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସବୁଠୁ ବେଶି ପଜିଟିଭ୍ ଆସିଛି ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରୁ । ସେହିପରି ଆଉ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି ସର୍ଜରୀ ବିଭାଗ ଓପିଡିରୁ । ମୋଟ ପଜିଟିଭ୍ ସଂଖ୍ୟା ହସ୍ପିଟାଲରେ ୬୭କୁ ବୃଦ୍ଧି ପାଇଛି । ଏ ପଟେ ଆଉ ଜଣେ ଆଜି ପ୍ଲାଜମା ଦାନ କରିଛନ୍ତି । ହସ୍ପିଟାଲରେ ଏବେ ୬ ୟୁନିଟ୍ ପ୍ଲାଜମା ଗଚ୍ଛିତ ରହିଛି । ଏହାକୁ ଗୁରୁତର କୋଭିଡ ରୋଗୀଙ୍କୁ ଦିଆଯିବ ।
ସୂଚନାଯୋଗ୍ୟ ଯେ, ଗତକାଲି ଭୁବନେଶ୍ୱରରୁ ଆଉ ୮୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜଧାନୀରେ ମୋଟ୍ ୩୦୬୮ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୭୯୮ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ୧୮ଜଣ ପ୍ରାଣ ହରାଇଥିବା ବେଳେ ୧୨୫୦ଟି ସକ୍ରିୟ କେସ୍ ରହିଛି ।