ସ୍ୱାଭିମାନ ଅଞ୍ଚଳରେ ପୋଲିସ-ନକ୍ସଲ ଗୁଳିବିନିମୟ, ୨ ନକ୍ସଲ ନିହତ

ମାଲକାନଗିରି, (ଓଡିଶା ଟାଇମ୍) : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ନକ୍ସଲ  ଓ ପୋଲିସଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ପୁରା ଅଞ୍ଚଳକୁ ସ୍ଥାନୀୟ ପୋଲିସ ଓ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ବ ହୋଇଛି ।

ଖବର ଅନୁଯାୟୀ, ସାଭିମାନ ଅଞ୍ଚଳର ଗାଜଲମାମୁଡି ଓ ସୀଙ୍ଗାରାମ ଜଙ୍ଗଲରେ ସ୍ଥାନୀୟ ପୋଲିସ , ଏସ୍‌ଓଜି ଓ ଡିଭିଏଫ୍‌ ପକ୍ଷରୁ ମିଳିତ ଅପରେସନ କରାଯାଉଥିଲା । ସ୍ଥାନୀୟ ଜଙ୍ଗଲରେ କମ୍ବି ଅପରେସନ ଚାଲିଥିଲା ।

ତେବେ ନିକଟରେ କିଛି ନକ୍ସଲ ଲୁଚି ରହିଥିବାର ଖବର ମିଳିବା ପରେ ସର୍ଚ୍ଚ ଅପରେସନକୁ ଆହୁରୀ ଜୋରଦାର କରାଯାଇଥିଲା । କିଛି ସମୟ ଧର ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ଶେଷରେ ପୋଲିସ ଗୁଳିରେ ୨ଜଣ ନକ୍ସଲ ନିହତ ହୋଇଛନ୍ତି । ସେମାନଙ୍କ ନିକଟରୁ କିଛି ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଥିବା ସୂଚନା ରହିଛି ।

Leave a Reply

Your email address will not be published. Required fields are marked *