ରାଜ୍ୟରେ ଆଉ ଦୁଇ ମୁଣ୍ଡ ଗଡାଇଲା ମହାମାରୀ କରୋନା
ଗଜପତି, (ଓଡିଶା ଟାଇମ୍) :ରାଜ୍ୟରେ ଆଉ ୨ ଜଣଙ୍କ ମୁଣ୍ଡ ନେଲା ମହାମାରୀ କରୋନା ଭୂତାଣୁ। ମୃତକ ୨ ଜଣ ଗଞ୍ଜାମ ଜିଲ୍ଲାରୁ ହୋଇଥିବା ଜଣାପଡ଼ିଛି। ତେବେ ଏହି କ୍ରମରେ ରାଜ୍ୟରେ କରୋନାରେ ମୋଟ ୨୩ ଜଣଙ୍କ ମୃତ୍ୟୁ ହେଲାଣି। ଏନେଇ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ତେବେ ଆଜି ସକାଳେ ରାଜ୍ୟରେ ପୁଣି ୨୪୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ୨୧୪ ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୩୧ ଜଣ ସ୍ଥାନୀୟ ସଂକ୍ରମଣ। ଏହି କ୍ରମରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୮୫୯ ଥିବା ବେଳେ ୪୭୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।











