କନ୍ଧମାଳରେ ସ୍ଥିତି ସଙ୍ଗୀନ : କରୋନା ଯୋଦ୍ଧାଙ୍କ ସମେତ ୨ମୃତ
କନ୍ଧମାଳ, (ଓଡିଶା ଟାଇମ୍) :ଗଞ୍ଜାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ ଖୋର୍ଦ୍ଧା ଓ ଅନ୍ୟ କିଛି ଜିଲ୍ଲାରେ ଗ୍ରାଫ ଉପରମୁହାଁ ରହିଛି । ଯେପରି କନ୍ଧମାଳ ଜିଲ୍ଲାରେ ମଧ୍ୟ ସଂକ୍ରମିତ ସଂଖ୍ୟା ବଢିଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରୁ ୫୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛି ।
ସେହିପରି ଜିଲ୍ଲାରୁ ପୁଣି ୨ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ଜଣେ କରୋନା ଯୋଦ୍ଧା ପୋଲିସ୍ ଏଏସଆଇ ରହିଛନ୍ତି। ତେବେ ଆଜି ଚିହ୍ନଟ ହୋଇଥିବା ୫୨ ଜଣ ସଂକ୍ରମିତଙ୍କୁ ମିଶାଇ ୮୪୦ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୪୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବାକି ୩୯୩ ଜଣ ଚିକିତ୍ସିତ ହେଉଛନ୍ତି ।