ବାଣ ବିସ୍ଫୋରଣ, କୋଠା ଭୁଶୁଡ଼ି ୨ ମୃତ

ଭୁବନେଶ୍ଵର(ଓଡ଼ିଶା ଟାଇମ୍‌): ଘରେ ରଖାଯାଇଥିବା ବାଣ କୌଣସି କାରଣରଉ ବିସ୍ଫୋରଣ ଘଟିବା ପରେ ସ୍ଥିତି ବଡ଼ ସାଂଘାତିକ ହୋଇପଡ଼ିଛି। ଏହି ଦୁର୍ଘଟଣାରେ ୨ ଜଣ ପ୍ରାଣ ହରାଇଛନ୍ତି ଏବଂ ସମ୍ପୃକ୍ତ ଅଞ୍ଚଳରେ ଭୟ ଖେଳି ଯାଇଛି।

ସୂଚନା ଅନୁସାରେ ବାଣ ବିସ୍ଫୋରଣରୁ ଅଗ୍ନିକାଣ୍ଡ ଏବଂ ଏହାପରେ କୋଠା ଭୁଶୁଡ଼ି ପଡ଼ିଥିଲା। ଫଳରେ ୨ ନାବାଳକ ପ୍ରାଣ ହରାଇଛନ୍ତି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସୋଗର ନୂଆସାହିରେ ଏଭଳି ଦୁର୍ଘଟଣା ଘଟିଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। ତେବେ ଅଗ୍ନିକାଣ୍ଡ ପରେ ପରେ  ଦୁଇ ବଖରା କୋଠା ଭୁଶୁଡ଼ି ପଡ଼ିବା ଫଳରେ ଘର ଭିତରେ ଥିବା ୩ ଶିଶୁ ଗୁରୁତର ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ଘରେ ରଖାଯାଇଥିବା ବାଣରୁ ଏଭଳି ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି।

Leave a Reply

Your email address will not be published.