ଅଟ୍ଟାରି ସୀମାରେ ଯବାନଙ୍କ ଗୁଳିରେ ଦୁଇ ଅନୁପ୍ରବେଶକାରୀ ନିହତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ପଞ୍ଜାବର ଅଟ୍ଟାରି ସୀମାନ୍ତ ରାଜତଳା ଅଞ୍ଚଳରେ ବିଳମ୍ବିତ ରାତିରେ ଭାରତୀୟ ସୀମା ଭିତରକୁ ପ୍ରବେଶ ଉଦ୍ୟମ କରୁଥିବା ଦୁଇଜଣ ଅନୁପ୍ରବେଶକାରୀ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି। ନିହତ ଅନୁପ୍ରବେଶକାରୀଙ୍କ ପାଖରେ ଥିବା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରାଯାଇଛି। ଉକ୍ତ ଅଞ୍ଚଳରେ ସୀମା ସୁରକ୍ଷା ବଳ ପକ୍ଷରୁ ତଲାସ ଅଭିଯାନ ଜାରି ରହିଛି।

Leave a Reply

Your email address will not be published. Required fields are marked *