ଭୁବନେଶ୍ୱର ରେଳ ଷ୍ଟେସନରୁ ୨ କିନ୍ନର ଗିରଫ, ଚୋରାରେ କରୁଥିଲେ ଗଞ୍ଜେଇ କାରବାର
ଭୁବନେଶ୍ବର, (ଓଡିଶା ଟାଇମ୍): ଭୁବନେଶ୍ୱର ରେଳ ଷ୍ଟେସନରୁ ୨ କିନ୍ନର ଗିରଫ । ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ୨ ଜଣ କିନ୍ନରଙ୍କୁ ଗିରଫ କଲା ଆରପିଏଫ୍ । ୨ କିନ୍ନରଙ୍କ ଠାରୁ ୧୫ କେଜିର ଗଞ୍ଜେଇ ଜବତ ହୋଇଛି ।
ଖବର ଅନୁଯାୟୀ, ୨ଜଣ କିନ୍ନର ରେଳ ଯାତ୍ରୀ ସାଜି ଟ୍ରେନ୍ରେ ଗଞ୍ଜେଇ କାରବାର କରୁଥିଲେ । ଏହି ଚୋରା କାରବାର ଖବର ରେଳବାଇ ପୋଲିସ ପାଇଥିଲା । ଯାହାପରେ ଖୋଲତାଡ଼ କରିଥିଲା ରେଳବାଇ ପୋଲିସ । ତେବେ ଆଜି ଟ୍ରେନ୍ରେ ଏକ ଟ୍ରଲି ବ୍ୟାଗ୍ରେ ଗଞ୍ଜେଇ କାରବାର କରୁଥିବା ବେଳେ କାବୁ କରିଥିଲା ଆରପିଏଫ୍ । ଗିରଫ ୨ କିନ୍ନର ହେଲେ ବେଗୁନିଆର ଲିଜ଼ା ଓରଫ ଲକ୍ଷ୍ମୀଧର ମହାନ୍ତି ଓ ଅନ୍ୟ ଜଣେ ବସନ୍ତ ସ୍ୱାଇଁ ବୋଲି ଜଣାପଡିଛି । ଉଭୟଙ୍କ ଠାରୁ ୧୫କେଜିର ଗଞ୍ଜେଇ ଜବତ କରାଯାଇଛି ।