ସରକାରୀ ଜମିକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ହାତାହାତି, ଜଣେ ମୃତ

ଆଠଗଡ଼, (ଓଡିଶା ଟାଇମ୍) : ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ । ଆଠଗଡ଼ ଖୁଣ୍ଟୁଣୀ ଥାନା ଅଞ୍ଚଳର ଧୂରୁଷିଆ ଗାଁ ୨ଟି ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି । ଗଣ୍ଡଗୋଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଥିବା ସୂଚନା ରହିଛି । ମୃତକ ଗୟାଧର ବୋଲି ଜଣାପଡିଛି ।  ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ସୂଚନା ଅନୁସାରେ ଗ୍ରାମର ରାଉତ ପରିବାର ଓ ସାହୁ ପରିବାର ମଧ୍ୟରେ ଘର ଆଗରେ ଥିବା ସରକାରୀ ଜମିକୁ ନେଇ ଉଭୟ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା । ଏହି ବିବାଦ ଶେଷରେ ଏତେ ଉଗ୍ରରୂପ ନେଲା ଯେ ଗତକାଲି ବିଳମ୍ବିତ ରାତିରେ ଉଭୟ ପରିବାର ମଧ୍ୟରେ ମାଡପିଟ୍ ହୋଇ ଜଣଙ୍କର ମୃତ୍ୟୁ ଘଟିଛି । ଖବରପାଇ ଖୁଣ୍ଟୁଣୀ ଥାନା ପୋଲିସ ଘଟଣାସ୍ଥଳରେ ପଂହଚି ତଦନ୍ତ ଜାରି କରିଛି ।

Leave a Reply

Your email address will not be published.