ପାହାଡ଼ରୁ ଧସିଲା ପଥର , ୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ଵର(ଓଡ଼ିଶା ଟାଇମ୍‌): ରେଳ ଧାରଣାରେ କାମ ଚାଲିଥିଲା। ହଠାତ୍‌ ଧସେଲା ପାହାଡ଼ରୁ ପଥର। ମାଡ଼ି ଆସିଲା ବିପଦ। ଏହି ଦୁର୍ଘଟଣା ଫଳରେ ୨ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବାବେଳେ ୮ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆନ୍ଧ୍ରପ୍ରଦେଶ ବୋରା ନିକଟରେ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ଓଡିଶା ସୀମାନ୍ତରୁ ପ୍ରାୟ ୭୦ କିମି ଦୂର ଆନ୍ଧ୍ରପ୍ରଦେଶର ବୋରା ନିକଟ ରେଳଧାରଣାରେ କାମ ଚାଲିଥିବା ବେଳେ ପାହାଡ଼ରୁ ପଥର ଖସି ଆସିଥିଲା। ଫଳରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଥଲା। ମୃତକ ହେଲେ ୨୯ ବର୍ଷ ବୟସ୍କ ଭି.ସୁରେଶ କୁମାର ଏବଂ ୫୫ ବର୍ଷ ବୟସ୍କ ଭି.ଭେରା ସ୍ଵାମୀ। ସମସ୍ତ ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

Leave a Reply

Your email address will not be published.