ଦୁଇ କରୋନା ଯୋଦ୍ଧାଙ୍କ ଜୀବନ ନେଲା କରୋନା
ରାଉରକେଲା, (ଓଡିଶା ଟାଇମ୍) : ରାଉରକେଲାରେ ଘଟିଛି ଅଭାବନୀୟ ଘଟଣା।କରୋନାରେ ଜୀବନ ହାରିଲେ କରୋନା ଯୋଦ୍ଧା । ଦୁଇ କରୋନା ଯୋଦ୍ଧାଙ୍କ ଜୀବନ ଜଣେ ଡାକ୍ତର ଓ ହାବିଲଦାର କରୋନାରେ ଆଖି ବୁଜିଛନ୍ତି । ରାଉରକେଲା ସରକାରୀ ଡାକ୍ତରଖାନାର ଡାକ୍ତର ଅରୁଣ କୁମାର ଦାସ କୋରୋନାରେ ଆକ୍ରାନ୍ତ ହୋଇ ରାଉରକେଲା କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଶନିବାର ତାଙ୍କର ମୃତ୍ୟୁ ଘଟିଛି ।
ଡାକ୍ତରଙ୍କ ସହ ରାଉରକେଲା ରିଜର୍ଭ ହାବିଲଦାରଙ୍କ ମୃତ୍ୟୁ ଘଟିଛି । ଏହି ଦୁଇ କୋରୋନା ଯୋଦ୍ଧାଙ୍କ ବଦବ୍ୟାସରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶେଷକୃତ୍ୟରେ ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ଉପସ୍ଥିତ ଥିଲେ ।