କ୍ୟାପିଟାଲ ହସ୍ପିଟାଲରେ ପୁଣି କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ଯରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ ।  ଏହା ମାରାତ୍ମକ ରୂପ ନେଉଛି । ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ର, ଏସ୍‌ସିବି, ଏମ୍‌ସ ପରେ ଏବେ ପୁଣି କ୍ୟାପିଟାଲ ହସ୍ପିଟାଲରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । । ହସ୍ପିଟାଲରୁ ପରୀକ୍ଷା ପାଇଁ ଯାଇଥିବା ଦୁଇ ଜଣଙ୍କ ନମୁନା ପଜିଟିଭ୍‌ ବାହାରିଛି । ପୂର୍ବରୁ ହସ୍ପିଟାଲର ଶିଶୁ ବିଭାଗ, ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରୁ ଏକାଧିକ ପଜିଟିଭ୍‌ ବାହାରିଥିଲେ । ତେବେ ଚିହ୍ନଟ ପଜିଟିଭ୍‌ଙ୍କ ମଧ୍ୟରେ ଜଣେ ରୋଗୀ ହୋଇଥିବା ବେଳେ ଆଉ ଜଣେ ହେଉଛନ୍ତି ରୋଗୀଙ୍କ ସମ୍ପର୍କୀୟ।

କ୍ୟାପିଟାଲ ହସ୍ପିଟାଲ ଅଧୀନ ଶିଶୁ ଭବନ ଛକରେ ରହିଛି ପୁଷ୍ଟିସାଧନ କେନ୍ଦ୍ର। ଏଠାରେ କମ୍‌ ଓଜନର ଶିଶୁଙ୍କୁ ରଖି ପୁଷ୍ଟିକର ଖାଇବା ଦିଆଯାଇଥାଏ। ଏହି କେନ୍ଦ୍ରରୁ ଜଣେ ଶିଶୁର ମାଆଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ତାଙ୍କ ସହ କେନ୍ଦ୍ରରେ ଆଉ ୩ ଶିଶୁ ଓ ସେମାନଙ୍କ ପରିବାର ଲୋକ ରହୁଥିଲେ। ପୁଷ୍ଟିସାଧନ କେନ୍ଦ୍ରରେ ୪ ଜଣ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମଧ୍ୟ ରହିଛନ୍ତି। ଏ ସମସ୍ତଙ୍କର ନମୁନା ସଂଗ୍ରହ କରାଯିବା ସହ କ୍ୱାରେଣ୍ଟାଇନ୍‌ ରଖାଯିବ। ସେହିଭଳି କ୍ୟାପିଟାଲ ହସ୍ପିଟାଲ ଫିବର କ୍ଲିନିକ୍‌କୁ ଆସିଥିବା ଜଣେ ବ୍ୟକ୍ତିର ନମୁନା ପଜିଟିଭ୍‌ ଆସିଛି। ସେ କେଉଁ ଅଞ୍ଚଳର ଏ ସମ୍ପର୍କରେ ବିସ୍ତୃତ ରିପୋର୍ଟ ମିଳିପାରିନି।

Leave a Reply

Your email address will not be published.