ମହାନଦୀରେ ବୁଡ଼ି ୨ ଭାଇ ମୃତ
ବୌଦ୍ଧ, (ଓଡିଶା ଟାଇମ୍) : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅରଖପଦର ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ମହାନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ ଦୁଇଭାଇଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇଭାଇଙ୍କ ମଧ୍ୟରୁ ଜଣଙ୍କ ନାମ ଆଶିଷ ପ୍ରଧାନ(୧୮) ଓ ଅନ୍ୟ ଜଣଙ୍କ ନାମ ତୋଫାନ୍ ପ୍ରଧାନ (୧୭) ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅରଖପଦର ଗାଁ ଦେଇ ଯାଇଥିବା ମହାନଦୀକୁ ଗାଧୋଇବାକୁ ଆଜି ସକାଳେ ଏହି ଦୁଇ ଭାଇ ଯାଇଥିଲେ । ନଦୀରେ ଗାଧୋଉ ଥିବାବେଳେ ହଠାତ୍ ବଡ଼ ଭାଇ ପାଣିରେ ବୁଡ଼ି ଯାଇଥିଲେ । ବଡ଼ ଭାଇ ପାଣିରେ ବୁଡ଼ି ଯାଉଥିବା ଦେଖି ସାନ ଭାଇ ତାଙ୍କୁ ବଞ୍ଚାଇବା ବେଳେ ସେ ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ । ଉଭୟ ଭାଇଙ୍କ ଚିତ୍କାର ଶୁଣି ସେଠାରେ ଥିବା ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ପହଞ୍ଚିବା ପୂର୍ବରୁ ଦୁଇ ଭାଇଙ୍କ ମୃତ୍ୟୁ ହୋଇଯାଇଥିଲା । ହରଭଙ୍ଗା ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଛି ।