ଭଦ୍ରକରେ ୨ଟି ବଜାରକୁ ୭୨ଘଣ୍ଟା ପାଇଁ ସଟ୍‌ଡାଉନ୍‌

ଭଦ୍ରକ, (ଓଡିଶା ଟାଇମ୍) : ରାଜ୍ୟରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି। ଏହାରି ମଧ୍ୟରେ ଭଦ୍ରକରେ ବ୍ୟବସାୟିକ ଅନୁଷ୍ଠାନର ମାଲିକ ଓ କର୍ମଚାରୀଙ୍କ ଟେଷ୍ଟ ବେଳେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତାପରେ ଦୁଇ ଗୋଟି ବଜାରକୁ ସଟଡାଉନ ଘୋଷଣା କରିଛି ପ୍ରଶାସନ ।

ସୂଚନାଯୋଗ୍ୟ ଯେ,  ଜିଲ୍ଲା ରେ ଦିନକୁ ଦିନ ବଢିବାରେ ଲାଗିଛି କାରୋନା ସଂକ୍ରମିତ ଙ୍କ ସଂଖ୍ୟା । ଚିହ୍ନଟ ହେଉଥିବା  ସଂକ୍ରମିତଙ୍କ ମଧ୍ୟରୁ ଲୋକାଲ କେସ ମଧ୍ୟ ବଢୁଛି । ଭଦ୍ରକ ପୌରପାଳିକରେ ଆକ୍ରାନ୍ତଙ୍କ ସଂଖ୍ୟା ପର୍ଯ୍ୟାୟ କ୍ରମେ ବଢ଼ିବାରେ ଲାଗିଛି । ଏହିପ୍ରରିପେକ୍ଷୀରେ ଭଦ୍ରକ ସହରର ଏକତା ମାର୍କେଟ ନିକଟରେ ପ୍ରଶାସନ ପକ୍ଷରୁ ରାସ୍ତା କଡ଼ରେ ବସୁଥିବା ଉଠାଦୋକାନୀ ତଥା ଗ୍ରାହକମାନଙ୍କର କରୋନା ପରୀକ୍ଷା ପାଇଁ ଭ୍ରାମ୍ୟମାଣ କାରୋନା ଟ୍ରେସିଙ୍ଗ କରାଯାଇଥିଲା ।

ଏହି ଅସ୍ଥାୟୀ କେନ୍ଦ୍ରରେ ଉଠା ଦୋକାନୀ ଓ କିଛି ଗ୍ରାହକ ମାନେ ନିଜ ନିଜର ପରୀକ୍ଷା କରାଇଥିଲେ । ଏହି ଶିବିରରେ ୬୨ଟି ସ୍ୱାବ ସଂଗ୍ରହ କରାଯାଇଥିବା ବେଳେ ୩୯ଟି ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ବ୍ୟବସାୟୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ଦୃଷ୍ଟିରେ ରଖି ଭଦ୍ରକ ପୌରାଞ୍ଚଳର କଚେରିବଜାର ଓ ଏକତା ମାର୍କେଟ ୭୨ ଘଣ୍ଟା ସଟଡାଉନ ଘୋଷଣା କରାଯାଇଛି  ।

Leave a Reply

Your email address will not be published.