ଫିଟ୍ ନ ରହିଲେ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର, (ଓଡିଶା ଟାଇମ୍) : ଟ୍ୱିନ୍‌ସିଟି ପୋଲିସ୍‌ କର୍ମୀଙ୍କ ଲାଗି ନିର୍ଦ୍ଦେଶନାମା ଜାରି କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ନିଜକୁ ଫିଟନେସ୍‌ ନ ରଖିଲେ ବେତନ ବୃଦ୍ଧି ନ ହୋଇପାରେ। ଏଥିସହ ସ୍ୱାସ୍ଥ୍ୟଗତ କାରଣରୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯାଇପାରେ। ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ପୋଲିସ୍‌ କମିଶନର।

ତେଣୁ କରୋନା ଭଳି ମହାମାରୀ ସମୟରେ ପୁଲିସ୍‌ କର୍ମୀ ଓ ଅଧିକାରୀ ସୁସ୍ଥ, ସବଳ ଓ କର୍ମଠ ହେବା ନେଇ ବୃତ୍ତିଗତ ଆବଶ୍ୟକତା ରହିଛି। ତେଣୁ ପୁଲିସ୍‌ କର୍ମୀ ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା ଆବଶ୍ୟକତା ରହିଛି। ଯେଉଁମାନେ ଏହି ନିର୍ଦ୍ଦେଶକୁ ଗୁରୁତ୍ୱ ଦେବେ ନାହିଁ, ସେମାନଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ କମିଶନରେଟ ପୋଲିସ୍‌ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଏହା ସହ ସେ କହିଛନ୍ତି ଯେ, ଫିଟ୍ ନରହିଲେ ଇନକ୍ରିମେଣ୍ଟ ବନ୍ଦ ହୋଇପାରେ । ସପ୍ତାହକ ମଧ୍ୟରେ ସବୁ କର୍ମଚାରୀଙ୍କ ଉଚ୍ଚତା, ଓଜନ ମପାଯିବ । ଏହା ପରେ ପୁଣି ଆଉ ୩ ମାସ ପରେ ଉଚ୍ଚତା ଓ ଓଜନ ମପାଯିବ । ୩ ମାସ ପରେ ବିଏମଆଇ ୩୦ ଟପିଲେ ବାଧ୍ୟତାମୂଳକ ବ୍ୟାୟାମ କରିବାକୁ ପଡିବ । ପୋଲିସଙ୍କୁ ଦେଢମାସିଆ ରିଫ୍ରେସର କୋର୍ସ ବି କରିବାକୁ ପଡିବ ।

 

Leave a Reply

Your email address will not be published. Required fields are marked *