ମୁହଁରେ ଚମକ ଆଣି ଦେଇଥାଏ ପୁଦିନା ପତ୍ର

(ଓଡିଶା ଟାଇମ) : ପୁଦିନାକୁ କେହି କେହି ଚା’ରେ ପକାଇ ପିଉଥିବା ବେଳେ ଖାଦ୍ୟ ରୂପେ ମଧ୍ୟ ଗ୍ରହଣ କରାଯାଇଥାଏ । ଏଥିସହିତ ଏହା ସୌଦର୍ଯ୍ୟ ବୃଦ୍ଧିରେ ମଧ୍ୟ ଲାଗିଥାଏ । ପ୍ରଦୂଷଣ ତଥା ଖାଇବା ପିଇବାରେ ଅବହେଳା ଯୋଗୁଁ ବେଳେ ମୁହଁରେ ବ୍ରଣ ଉଠିବା ସହ କଳା ଦାଗ ହୋଇଥିବା ଦେଖିବାକୁ ମିଳିଥାଏ ।

ପୁଦିନା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପଯୋଗୀ ହୋଇଥିବା ବେଳେ ଏହା ହଜମ ପ୍ରକ୍ରିୟାକୁ ଠିକ୍ ରଖିଥାଏ । ଖାଦ୍ୟ ଖାଇ ସାରିବା ପରେ ୧ରୁ ୨ଟି ପୁଦିନା ପତ୍ର ଚୋବାଇ ଖାଆନ୍ତୁ । ଏପରି କରିବା ଦ୍ୱାରା ଖାଦ୍ୟ ହଜମ ହୋଇଥାଏ ।

ଥଣ୍ଡା, ସର୍ଦି, ଆଜମା ରୋଗୀଙ୍କ ପାଇଁ ଏହା ବହୁତ ଲାଭ ଦାୟକ ହୋଇଥାଏ ।

ମୁଖ ଦୁର୍ଗଦ୍ଧରୁ ମଧ୍ୟ ଉପଶମ ଦେଇଥାଏ ପୁଦିନା । ନିୟମିତ ଭାବେ ୪ରୁ ୫ଟି ପୁଦିନା ପତ୍ର ଚୋବାଇ ଖାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ।

ଏହାକୁ ସେବନ କରିବା ଦ୍ୱାରା ମୁହଁର କାଳା ଦାଗ ଓ ବ୍ରଣ ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହାଛଡା ପୁଦିନା ଏକ ନେଚୁରାଲ ଟୋନର ଭାବେ ମଧ୍ୟ କାମ କରିଥାଏ ।ଆପଣ ଚାହିଁଲେ ଏହାର ପତ୍ରରେ କିଛଇ ଗୋଲାପ ଜଳ ଓ ବେସନ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ପରେ ଏହାକୁ ମୁହଁରେ ଲଗାଇ ଶୁଖିବା ପାଇଁ ଛାଡିଦିଅନ୍ତୁ । ଏହି ପେଷ୍ଟ ଶୁଖି ଗଲାପରେ ଭଲଭାବେ ଧୋଇ ମୁହଁରୁ ଛଡାଇ ଦିଅନ୍ତୁ ।

ପୁଦିନା ପେଟ ପାଇଁ ଲାଭଦାୟକ ହୋଇଥାଏ । ଖରାଦିନେ ଶରୀରକୁ ଥଣ୍ଡା ରଖିବା ଲାଗି ମଧ୍ୟ ପୁଦିନାର ବ୍ୟବହାର ହୋଇଥାଏ । ଖାସ କରି ଏହି ଦିନରେ ପୁଦିନାକୁ ପାଣି, ଲେମ୍ବୁ ପାଣି କିମ୍ବା ଦହି ପାଣିରେ ମିଶାଇ ପିଇଲେ ଖୁବ୍ ଆରାମ ମିଳିଥାଏ ।

Leave a Reply

Your email address will not be published. Required fields are marked *