ଟିକଟକର ବିକଳ୍ପ ପାଲଟିଛି ଏସବୁ ଆପ୍ସ, ପଢନ୍ତୁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଭାରତ ସରକାର ସୋମବାର ଟିକ୍ଟକ୍ ସହିତ ୫୯ ଲୋକପ୍ରିୟ ଚାଇନିଜ ଆପକୁ ଦେଶରେ ବ୍ୟାନ୍ କରିଛନ୍ତି । ଏହାପରେ ପରେ ଗୁଗୁଲ ଓ ଆପଲ୍ ଭଳି ପ୍ଲେ ଷ୍ଟୋରରୁ ଏହିସବୁ ଆପକୁ ହଟାଇ ଦିଆଯାଇଛି ।

ଏଭଳି ସମୟରେ ଆପ୍ ଡେଭଲପର୍ସ ମାନେ ଏହାର ବିକଳ୍ପ ତିଆରି କରିଛନ୍ତି । ମିତ୍ରୋ ଆପ ପରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏକ ଆପ୍ ଆସିଛି । ଯାହାର ନାମ ଚିଙ୍ଗାରି ଆପ୍ ରହିଛି ।

ରୋପସୋ- ଭାରତୀ ଅନ୍ୟତମ ସର୍ଟ ଭିଡିଓ ପ୍ଲାଟଫର୍ମ ହେଉଛି ରୋପସୋ । ଇନମୋବି ଗ୍ରୁପର ସିଇଓ ଏବଂ ଫାଉଣ୍ଡର ନବୀନ ତିୱାରୀ ଟିକଟକ୍ ବ୍ୟାନକୁ ନେଇ କହିଛନ୍ତି ଯେ ଏହା ଡିଜିଟାଲ୍ ଆତ୍ମନିର୍ଭର ସମୟ । ରୋପସୋ ପ୍ରାୟ ୬୫ ମିଲିୟନ୍ ଭାରତୀୟ ୟୁଜର୍ସଙ୍କ ବିଶ୍ୱାସ ଜିତିପାରିଛି । ଏହା ଉଭୟ ଗୁଗୁଲ ଓ ଆପଲ ପ୍ଲେ ଷ୍ଟୋରରେ ଉପଲବ୍ଧ ।

ଶେୟାରଚାର୍ଟ- ଅନ୍ୟ ଏକ ପ୍ଲାଟଫର୍ମ ହେଉଛି ଶେୟାର ଚାର୍ଟ । ଏହା ବିଭିନ୍ନ ଆଞ୍ଚଳିକ ଭାଷାରେ ଉପଲବ୍ଧ ହେଉଥିବା ବେଳେ ମାସିକ ପ୍ରାୟ ୬୦ ମିଲିୟନ୍ ଆକ୍ଟିଭ ୟୁଜର୍ସ ଅଛନ୍ତି । ଏହା ଉଭୟ ଗୁଗୁଲ ଓ ଆପଲ୍ ପ୍ଲେ ଷ୍ଟୋରରେ ଉପଳବ୍ଧ ହେଉଥିବା ବେଳେ କମ୍ପାନୀ କହିଛି ଯେ ଏହା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏବଂ ଖାଲି ଭାରତୀୟ ୟୁଜର୍ସଙ୍କ ପାଇଁ । ବର୍ତ୍ତମାନ ସମୟରେ ଏହା ଭାରତର ଲାର୍ଜେଷ୍ଟ ସୋସିଆଲ୍ ନେଟୱର୍କିଂ ସାଇଟ୍ ହୋଇପାରିଛି ।

ଜି-୫- ୱେବସିରିଜ ତଥା ଫିଲ୍ମ ପ୍ଳାଟଫର୍ମ ଜି-୫ ମଧ୍ୟ ଖୁବଶୀଘ୍ର ଟିକଟକର ବିକଳ୍ପ ଲଞ୍ଚ କରିବ ବୋଲି ଘୋଷଣା କରିଛି ।

ଚିଙ୍ଗାରି- ବେଙ୍ଗାଲୁରୁ ସ୍ଥିତ ବିଶ୍ୱାତ୍ମା ନାୟକ ଓ ସିଦ୍ଧାର୍ଥ ଗୌତମ ନାମକ ଦୁଇ ପ୍ରୋଗ୍ରାମର ୨୦୧୯ ମସିହାରେ ଏହି ଆପକୁ ତିଆରି କରିଥିଲେ । ଯେହେତୁ ଚାଇନା ସାମଗ୍ରୀ ବ୍ୟାନ୍ କରିବା ପାଇଁ ଦାବି ଉଠୁଛି, ସେଥିପାଇଁ ଅଚାନକ ଲୋକଙ୍କ ଗହଣରେ ଚିଙ୍ଗାରି ଆପର ଲୋକପ୍ରିୟତା ବଢିବାରେ ଲାଗିଛି । ଯାହାକୁ ୨୫ ଲକ୍ଷ ଲୋକ ନିଜ ଡିଭାଇସରେ ଡାଉନଲୋଡ କରିଥିବା ଏକ ରିପୋର୍ଟରୁ ଜଣାପଡିଛି ।

ମିତ୍ରୋ- ଏହି ଆପକୁ ପ୍ରାୟ ୧କୋଟି ବ୍ୟକ୍ତି ଡାଉନଲୋଡ୍ କରିସାରିଲେଣି । ଏହା ମଧ୍ୟ ୟୁଜର୍ସଙ୍କୁ ଆକୃଷ୍ଟ କରୁଥିବା ବେଳେ ଏହି ଆପ୍ ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ହେଉଛି ।

Leave a Reply

Your email address will not be published.