WHOକୁ ଟାର୍ଗେଟ କଲେ ଟ୍ରମ୍ପ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ପୁଣି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ପୁଣି ଟାର୍ଗେଟ କରିଛନ୍ତି । କରୋନା ସଂକ୍ରମଣର ମୁକାବିଲା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଯଦି ଆଗାମୀ ୩୦ ଦିନ ଭିତରେ ଆଖିଦୃଶିଆ ପଦକ୍ଷେପ ନିଆ ନଯାଏ ତେବେ ପାଣ୍ଠିକୁ ପୁରାପୁରି ବନ୍ଦ କରି ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ।

ଆମେରିକା ପକ୍ଷରୁ ବିଶ୍ୱସ୍ୱାସ୍ଥ୍ୟ ସଂଗଠନକୁ ଦିଆଯାଉଥିବା ପାଣ୍ଠିକୁ ଏବେ ସାମୟିକ ସ୍ଥଗିତ କରାଯାଇଛି । ଆମେରିକାର ସ୍ୱାର୍ଥ ବିରୋଧୀ କାର୍ଯ୍ୟ କରୁଥିବା ଏକ ସଂସ୍ଥାକୁ ଆମେରିକାର କରଦାତାଙ୍କ ଅର୍ଥ ଦିଆଯିବ ନାହିଁ ବୋଲି ଟ୍ରମ୍ପ ପ୍ରଶାସନ ସ୍ପଷ୍ଟ କରିଛନ୍ତି । କରୋନା ସଂକ୍ରମଣ ରୋକିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସଠିକ ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ କରି ଟ୍ରମ୍ପ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ଆମେରିକାର ସଦସ୍ୟତା ନେଇ ପୁନର୍ବିଚାର କରାଯିବ ବୋଲି ହ୍ୱାଇଟ୍ ହାଉସ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ ଆଧନମଙ୍କୁ ଚିଠି ଲେଖିଛନ୍ତି । ଆମେରିକା ଦେଶରେ ୧୫ ଲକ୍ଷ ୪୯ ହଜାର ୨୩୯ ଜଣ ଆକ୍ରାନ୍ତ ଥିବାବେଳେ ମୃତ୍ୟୁ ସଂଖ୍ୟା ୯୧ ହଜାର ୯୦୪ରେ ପହଞ୍ଚିଛି । କରୋନା ବିଶ୍ୱରେ ଆତଙ୍କ ଖେଳାଇବା ପଛରେ ଚୀନର ହାତ ରହିଛି ବୋଲି ଆମେରିକା ଅଭିଯୋଗ କରି ଆସିଛି । ଏପରିକି ଚୀନ ତଥ୍ୟ ଲୁଚାଇବା ଏବଂ ସଂକ୍ରମଣ ରୋକିବା ଦିଗରେ ଉଚିତ୍‌ ପଦକ୍ଷେପ ନ ନେବା ଯୋଗୁ ସ୍ଥିତି ଏପରି ଭୟବହ ହେଲା ବୋଲି ଆମେରିକା କହି ଆସିଛି ।

Leave a Reply

Your email address will not be published.