ଆମେରିକାରେ ବ୍ୟାନ୍ ହେବ ଚାଇନିଜ୍ ଆପ୍ ଟିକଟକ୍‌

ୱାଶିଂଟନ୍‌, (ଓଡିଶା ଟାଇମ୍‌): ଚୀନ୍ ସହ ଲାଗି ରହିଥିବା ବିବାଦରେ ଭାରତ ପରେ ଏବେ ଆମେରିକା ସରକାର ଚାଇନିଜ୍ ଆପ ଉପରେ ବ୍ୟାନ୍ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଦେଶରେ ଚୀନ୍ ଭିଡିଓ ଶେୟାରିଂ ମୋବାଇଲ୍ ଆପ୍ ଟିକଟକକୁ ବ୍ୟାନ୍ କରାଯିବ ।

ଯେଉଁଥିପାଇ ଖୁବ୍ ଶୀଘ୍ର ନିର୍ଦ୍ଦେଶ ମଧ୍ୟ ପ୍ରକାଶିତ କରାଯିବ । ଏହା ପୂର୍ବରୁ ଟ୍ରମ୍ପ କହିଥିଲେ ଯେ ଆମେ କିଛି କରିବାକୁ ଚାହୁଁଛୁ, ଯାହାର ଅନେକ ବିକଳ୍ପ ରହିଛି । ଆମେ ଟିକଟକକୁ ନେଇ ଅନ୍ୟ ବିକଳ୍ପ ଦେଖୁଛୁ ।

ସୂଚନାଯୋଗ୍ୟ ଯେ ନିକଟରେ ସିଲିକନ୍ ଭ୍ୟାଲିର ବିଶେଷଜ୍ଞ ମାନେ ଭାରତ ଭଳି ଆମେରିକାରେ ଟିକଟକ୍ ଆପକୁ ବନ୍ଦ କରିବା ଉଚିତ୍ ବୋଲି କହିଥିଲେ ।

ତେବେ ନିକଟ ଅତୀତରେ ଭାରତ ସରକାରଙ୍କ ପକ୍ଷରୁ ୧୦୬ଟି ଚୀନ୍ ଆପକୁ ବ୍ୟାନ୍ କରାଯାଇଛି । ପ୍ରଥମେ ସରକାରଙ୍କ ପକ୍ଷରୁ ୫୯ଟି ଆପ୍ ଏବଂ ପରେ ୪୭ଟି ଆପ୍ କୁ ବ୍ୟାନ୍ କରାଯାଇ ଥିଲା । ଭାରତର ଜାତୀୟ ସୁରକ୍ଷା ଓ ବ୍ୟକ୍ତିଗତ ତଥ୍ୟ ଚୋରି ହେଉଥିବା ଅଭିଯୋଗରେ ସରକାର କିଛି ଚୀନ୍ ଆପ ଉପରେ ଯାଞ୍ଚ ଆରମ୍ଭ କରିଛନ୍ତି ।

ଏହାଛଡା ସରକାରଙ୍କ ଟାର୍ଗେଟରେ ରହିଛି ପ୍ରାୟ ୨୫୦ରୁ ଅଧିକ ଚାଇନିଜ୍ ଆପ୍ । ଯେଉଁଥିରେ ଲୋକପ୍ରିୟ ଗେମ୍ ପବଜି, ଆଲିବାବା, ବାଇଟ୍ ଡାନ୍ସ ଓ ସାଓମି ରହିଛନ୍ତି । ଯଦି ଜାତୀୟ ସୁରକ୍ଷା ପ୍ରତି ଏଗୁଡିକ ବିପଦ ସୃଷ୍ଟି କରୁଥିବେ ତାହେଲେ ଏହା ଉପରେ ରୋକ୍ ଲଗାଯିବ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *