ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ, ୧୧ ଅଟକ
ସୋର, (ଓଡିଶା ଟାଇମ୍) : ଭଦ୍ରକରୁ କୋଲକାତା ଯାଉଥିବା ୮ଟି ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ ହୋଇଛି। ଶ୍ରୀଜଙ୍ଗ ଗାଁ ପାଖରୁ ୮ଟି ପିକ୍ଅପ୍ ରୁ ୭୭ ଗୋରୁଙ୍କୁ ଖନ୍ତାପଡ଼ା ପୁଲିସ ଉଦ୍ଧାର କରିଥିବା ଜଣାପଡିଛି। ଏନେଇ ପୁଲିସ ୧୧ ଜଣଙ୍କୁ ଅଟକ ରଖିଥିବାବେଳେ ୨ ଜଣ ଫେରାର ରହିଛନ୍ତି।
ସୂଚନାଯୋଗ୍ୟ ଯେ, ଗତ କିଛିଦିନ ଧରି ଏହି ରାସ୍ତାରେ ଶହ ଶହ ଗୋରୁ ବୋଝେଇ ଗାଡି ଯାତାୟାତ କରୁଥିବା ନେଇ ଅଭିଯୋଗ ହେଇଆସୁଥିଲା । ଗତକାଲି ଖନ୍ତାପଡା ଥାନା ଆଇଆଇସି ସଂଜୟ କୁମାର ପରିଡାଙ୍କ ନେତୃତ୍ବରେ ଏକ ଟିମ ପାଟ୍ରୋଲିଂ କରୁଥିଲେ । ପୋଲିସକୁ ଦେଖି ଖସି ପଳାଇ ଯାଉଥିବା ବେଳେ ଗାଡିର ପିଛା କରି ଶ୍ରୀଜଙ୍ଗ ନିକଟରେ ଗାଡିକୁ ପୋଲିସ ଧରିଥିଲା । ଏହି ମାମଲାରେ ତଦନ୍ତ କରୁଛି ପୋଲିସ ।