GST ଠକେଇ ଅଭିଯୋଗ : ଟ୍ରକ୍‌କୁ ୧ଲକ୍ଷ ୮୨ହଜାର ଟଙ୍କା ଜରିମନା

କଳାହାଣ୍ଡି, (ଓଡିଶା ଟାଇମ୍) :ଜିଏସଟି ଠକେଇ ଅଭିଯୋଗରେ ପଞ୍ଜାବରୁ ଆସୁଥିବା ଏକ ଟ୍ରକକୁ ୧ ଲକ୍ଷ ୮୨ ହଜାର ଟଙ୍କା ଜରିମନା । ଭବାନୀପାଟଣା ଏନଫୋର୍ସମେଣ୍ଟ ରେଞ୍ଜ ପକ୍ଷରୁ ଚଢାଉରେ ଧରାପଡ଼ିବା ପରେ ଜିଏସଟି ଫାଙ୍କିବା ନେଇ ଜରିମନା ଆଦାୟ କରାଯାଇଛି ।

ସୂଚନାଯୋଗ୍ୟ ଯେ, ପଞ୍ଜାବ ଫିରୋଜପୁର ସହରର ଇଣ୍ଡିଏନ ଫାଉଣ୍ଡରି ୱାର୍କସରୁ ୧୯ ଲକ୍ଷ ୧୩ ହଜାର ୬୨୫ ଟଙ୍କାର ରାଇସ୍ ମିଲ ସରଞ୍ଜାମ ନେଇ କଳାହାଣ୍ଡି ଜିଲ୍ଲାର ଲଡୁଗାଁ ଏଚ.ଆର.ଫୁଡ୍ସ ରାଇସ୍ ମିଲକୁ ଆସୁଥିବା ବେଳେ ଧରାପଡିଛି । ଏ ନେଇ ବାଣିଜ୍ୟକର ଓ ଜିଏସଟି ଡେପୁଟି କମିଶନର ତପନ କୁମାର ପାଢୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.