ଗୋଟିଏ ପରିବାରର ତିନି ଜଣଙ୍କୁ ନିର୍ମମ ହତ୍ୟା
ବିନିକା, (ଓଡିଶା ଟାଇମ୍) : ବିନିକା ଥାନା ସିଲାଟି ଗ୍ରାମରେ ଏକ ନିର୍ମମ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି । ସେଠାରେ ଗୋଟିଏ ପରିବାରର ୩ଜଣଙ୍କୁ ହତ୍ୟା କରାଯାଇଛି । ବାପା, ମା ଓ ତାଙ୍କ ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ଜଣାପଡ଼ିଛି । କିନ୍ତୁ ଏପର୍ଯ୍ୟନ୍ତ କାହିଁକି ହତ୍ୟା କରାଯାଇଛି ସେନେଇ କୌଣସି କାରଣ ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ଘଟଣାସ୍ଥଳରେ ବିନିକା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ହେଲେ ବୁଲୁ ଭୋଇ(୬୫), ତାଙ୍କ ସ୍ତ୍ରୀ ବଇଦେହି ଭୋଇ(୫୫) ଓ ପୁଅ ଶିବ ଭୋଇ(୨୫) ।
ଖବର ଅନୁଯାୟୀ, ଗତକାଲି ରାତିରେ କେହି ଦୁର୍ବୁତ୍ତ ବୁଲୁଙ୍କ ଘରେ ପଶି ସେମାନଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଅ ଶିବର ମୃତେଦହ ଘର ବାହାରେ ପଡ଼ି ଥିବାବେଳେ ତାଙ୍କ ବାପା-ମା’ଙ୍କ ଶବ ଘର ଭିତରେ ପଡ଼ିରହିଛି। ଆଜି ସକାଳେ ଶିବର ମୃତ ଦେହ ଘର ବାହାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି। ତେବେ କେଉଁ କାରଣ ଯୋଗୁ ବୁଲୁଙ୍କ ପରିବାରକୁ ହତ୍ୟା କରାଯାଇଛି ତାହା ଜଣାପଡ଼ିନାହିଁ। ବୁଲୁଙ୍କ ଦୁଇ ଝିଅ ବାହା ହୋଇଥିବାବେଳେ ସାନ ପୁଅ ଶଙ୍କର ଭୋଇ ବାହାରେ କାମ କରୁଛନ୍ତି