Skip to content
ଭୁୁବନେଶ୍ୱର, (ଓଡ଼ିଶା ଟାଇମ): ପୂର୍ବତନ ସାଂସଦ, ଲେଖକ, ଅର୍ଥନୀତି ବିଶାରଦ ତଥା ରାଜ୍ୟ ଅର୍ଥ କମିଶନର ପୂର୍ବତନ ଅଧ୍ୟକ୍ଷ ତ୍ରିଲୋଚନ କାନୁନଗୋଙ୍କ ଆଜି ସକାଳ ୭ଟାରେ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ସେ କିଛିଦିନ ଧରି ମସ୍ତିଷ୍କ ଆଘାତ ରୋଗରେ ଶିକାର ହୋଇ ଆପୋଲୋ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିଲେ।
୧୯୪୦ ମସିହା ସେପ୍ଟେମ୍ବର ୧୨ ତାରିଖରେ କଟକ ଜିଲ୍ଲାର ବଡ଼ମୂଳେଇ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ତ୍ରିଲୋଚନ କାନୁନଗୋ । ଓଡ଼ିଶା ରାଜନୀତିରେ ଜଣେ ନୀତିନିଷ୍ଠ ରାଜନୀତିଜ୍ଞ ଭାବେ ତାଙ୍କର ସୁନାମ ଥିଲା । ଗୋବିନ୍ଦପୁର ଓ କଟକ ସଦର ବିଧାନସଭା ଆସନରୁ ସେ ୩ ଥର(୧୯୭୧, ୧୯୭୪,୧୯୮୫) ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୯ ମସିହାରେ ସେ ଜଗତସିଂହପୁର ଲୋକସଭା ଆସନରୁ ବିଜେଡି ଟିକେଟରେ ସଂସଦକୁ ନିର୍ବାଚିତ ହୋଇଥିଲେ । ଉଭୟ ବିଧାନସଭା ଓ ଲୋକସଭାରେ ବିଭିନ୍ନ ବିଷୟରେ ତାଙ୍କର ସାରଗର୍ଭକ ଆଲୋଚନା ତାଙ୍କୁ ବେଶ୍ ପ୍ରସିଦ୍ଧି ଆଣିଥିଲା । କଟକ ମ୍ୟୁନିସିପାଲିଟିର ଅଧ୍ୟକ୍ଷ ଭାବେ ତାଙ୍କର କାର୍ଯ୍ୟକାଳ ଉଲ୍ଲେଖନୀୟ ଥିଲା ।