ମହାନଦୀ ଜଳ ବିବାଦ ମାମଲା , ୩୬ଟି ପ୍ରସଙ୍ଗ ଉପରେ ଆଜି ଟ୍ରିବ୍ୟୁନାଲରେ ଶୁଣାଣି
ଭୁବନେଶ୍ବର, (ଓଡିଶା ଟାଇମ୍) : ଓଡିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳ ବିବାଦ ମାମଲାରେ ଆଜି ଟ୍ରିବୁନାଲରେ ମାମଲାର ଶୁଣାଣି ହେବ । ମାମଲାର ପ୍ରସଙ୍ଗ ଚୂଡାନ୍ତ ହେବା ପରେ ଆଜି ଭିଡିଓ କନଫରେସିଂ ଜରିଆରେ ଟ୍ରିବ୍ୟୁନାଲରେ ପ୍ରଥମ ଶୁଣାଣି ହେବ ।
ଗତ ଶୁଣାଣିରେ ୩୬ଟି ପ୍ରସଙ୍ଗ ଚୂଡାନ୍ତ ହୋଇଥିଲା। ତାକୁ ନେଇ ମାମଲରେ କିପରି ପରିଚାଳନା ହେବ ତାହା ନିର୍ଦ୍ଧାରଣ କରି ପାରନ୍ତି ଟ୍ରିବୁନାଲ । ଶୁଣାଣି ପୂର୍ବରୁ ଓଡିଶା ମାମଲା ସମ୍ବନ୍ଧିତ ଆଡମିଶନ୍ ଓ ଡିନାଏଲ ପ୍ରକ୍ରିୟାକୁ ଶେଷ କରି ଟ୍ରିବ୍ୟୁନାଲରେ ଆବଶ୍ୟକୀୟ ଦସ୍ତାବିଜ ଦାଖଲ କରିଛି ।
ତେବେ, ଛତିଶଗଡ଼ ଓ ଅନ୍ୟ ପକ୍ଷଭୁକ୍ତ ରାଜ୍ୟମାନେ ଆଡମିଶନ ଓ ଡିନାଏଲ ପ୍ରକ୍ରିୟାକୁ ଚୂଡ଼ାନ୍ତ କରିନଥିବା ଜଣାପଡ଼ିଛି । ତେବେ ଓଡିଶା ପକ୍ଷରୁ କିଭଳି ମାମଲାକୁ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରାଯିବ ସେ ନେଇ ଓଡିଶାର ଆଇନଜୀବି ରଣନୀତି ପ୍ରସ୍ତୁତ କରିଛନ୍ତି।
ଆଜିର ଶୁଣାଣି ପୂର୍ବରୁ ଓଡିଶା ସମସ୍ତ ଆବଶ୍ୟକ ଦସ୍ତାବିଜ ଦାଖଲ କରିଛି। କିନ୍ତୁ ଛତିଶଗଡ ଓ ଅନ୍ୟ ପକ୍ଷ ଦସ୍ତାବିଜ ଦାଖଲ କରି ନଥିବା ସୂଚନା ମିଳିଛି। ମାମଲାକୁ କିଭଳି ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରାଯିବ ସେ ନେଇ ଓଡିଶାର ଆଇନଜୀବୀ ରଣନୀତି ପ୍ରସ୍ତୁତ କରିଛନ୍ତି। ତେବେ ଆଜି ଶୁଣାଣି କିପରି ରହିବ ଏବଂ ଟ୍ରିବ୍ୟୁନାଲ କିପରି ମାମଲାର ଦିଶା ନିର୍ଦ୍ଧାରଣ କରୁଛନ୍ତି ତାହା ଉପରେ ନଜର ରହିବ।