୩ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ବଦଳି କଲେ ଓଡ଼ିଶା ସରକାର
ଭୁବନେଶ୍ବର, (ଓଡିଶା ଟାଇମ୍) : ୩ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଅଦଳବଦଳ କଲେ ରାଜ୍ୟ ସରକାର। ଭୁବନେଶ୍ୱର, ପୁରୀ ଓ ବଲାଙ୍ଗିର ଜେଲ୍ର ସୁପରିଣ୍ଟେଣ୍ଡେଣ୍ଟଙ୍କ ଅଦଳବଦଳ ହୋଇଛି। ଭୁବନେଶ୍ୱର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ଧିରେନ୍ଦ୍ର ନାଥ ବାରିକଙ୍କୁ ବଲାଙ୍ଗିର ବଦଳି ହୋଇଥିବା ବେଳେ ପୁରୀ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ସରୋଜ କୁମାର ବିଶ୍ୱାଳଙ୍କୁ ଭୁବନେଶ୍ୱର ବଦଳି କରାଯାଇଛି। ସେହିପରି ବଲାଙ୍ଗିର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ଉର୍ମିଳା ମିଞ୍ଜ୍ଙ୍କୁ ପୁରୀ ଜେଲ୍ର ସୁପରିଣ୍ଟେଣ୍ଡେଣ୍ଟ ଭାବେ ବଦଳି କରାଯାଇଛି।