ରଥଯାତ୍ରାରେ କରୋନା ସଂକ୍ରମଣ ଭୟ: ପୁରୀକୁ ଟ୍ରେନ୍‌ ବନ୍ଦ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଯାତ୍ରା ସମୟରେ ପୁରୀକୁ ଅଧିକ ଟ୍ରେନ୍‌ ଚଳାଚଳ କରୁଥିବା ଭାରତୀୟ ରେଳ ଏଥର ପୁରୀକୁ କୌଣସି ଟ୍ରେନ୍‌ ନପଠାଇବାକୁ ନିଷ୍ପତ୍ତି ନେଇଛି। ରାଜ୍ୟ ସରକାରଙ୍କ ଅନୁରୋଧକୁ ରକ୍ଷା କରି ରେଳବାଇ ଏହି ନିଷ୍ପତ୍ତି ନେଇଥିବା ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ସୂଚନା ଅନୁସାରେ ଜୁନ୍‌ ପହିଲାରୁ ଭାରତୀୟ ରେଳ ପକ୍ଷରୁ ଯେଉଁ ଟ୍ରେନ୍‌ ଚଳାଚଳ ଆଂଶିକ ସ୍ଵଭାବିକ ହେବାକୁ ସ୍ଥିର କରାଯାଇଛି ସେଥିରେ ପୁରୀ ଏକ ଗନ୍ତବ୍ୟସ୍ଥଳ ରହିବ ନାହିଁ। ଯେଉଁ ଟ୍ରେନ୍‌ଗୁଡ଼ିକୁ ସିଧାସଳଖ ପୁରୀ ଅଭିମୁଖେ ଯାଉଥିଲା ସେଗୁଡ଼ିକୁ ଭୁବନେଶ୍ଵରରେ ସୀମିତ କରାଯିବ। ଯେପର୍ଯ୍ୟନ୍ତ ନୂୖା ନିଷ୍ପତ୍ତି ନହୋଇଛି ଏହି ପ୍ରକ୍ରିୟା ଜାରି ରହିବ ବୋଲି କୁହାଯାଇଛି।

ଜୁନ୍‌ ପହିଲା ଦିନ ନୂଆ ଦିଲ୍ଲୀ ଓ ପଶ୍ଚିମବଙ୍ଗର ସିଆଲ୍‌ଦା’ ଷ୍ଟେସନ୍‌ରୁ ଯଥାକ୍ରମେ ପୁରୁଷୋତ୍ତମ ଏକ୍ସପ୍ରେସ୍ ଦୈନିକ ଭାବେ ‌ ଓ ଦୂରନ୍ତୋ ଏକ୍ସପ୍ରେସ୍‌ ସପ୍ତାହକୁ ତିନିଦିନ ପୁରୀ ଅଭିମୁଖେ ଆସିବାର ଥିଲା। କିନ୍ତୁ ରେଳବାଇ ପକ୍ଷରୁ ଏହି ଯାତ୍ରାକୁ ଭୁବନେଶ୍ଵରଠାରେ ବନ୍ଦ କରିବା ପାଇଁ ଧାର୍ଯ୍ୟ କରାଯାଇଛି।  ସେହିପରି ଏହି ଦୁଇ ଟ୍ରେନ୍‌ ପୁରୀରୁ ନଛାଡ଼ି ଭୁବନେଶ୍ଵରରୁ ପ୍ରାରମ୍ଭ ଷ୍ଟେସନ୍‌କୁ ଚଳାଚଳ କରିବ।

Leave a Reply

Your email address will not be published. Required fields are marked *