ମାଓନେତା ଆର.କେଙ୍କ ମୃତ୍ୟୁ, ମୁଣ୍ଡରେ ଥିଲା ୯୭ଲକ୍ଷର ପୁରସ୍କାର ରାଶି

ଭୁବନେଶ୍ୱର (ଓଡ଼ିଶା ଟାଇମ୍) : ରୋଗ ନେଲା ମାଓନେତାଙ୍କ ଜୀବନ । ମାଓନେତା ଆକ୍କିରାଜୁ ହରଗୋପାଲ୍ ଓରଫ ରାମକ୍ରିଷ୍ଣା ଓରଫ ଆର.କେଙ୍କ ମୃତ୍ୟୁ ପରେ ଲାଲବାହିନୀକୁ ଶକ୍ତ ଧକ୍କା ଲାଗିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ସେଣ୍ଟ୍ରାଲ କମିଟି ସଦସ୍ୟ ଆର୍‌.କେ ଦୀର୍ଘ ଦିନ ଧରି ଅଜଣା ରୋଗରେ ଆକ୍ରାନ୍ତ ଥିଲେ । ଛତିଶଗଡ଼ ଦକ୍ଷିଣ ବସ୍ତର ଜଙ୍ଗଲରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ୍ୟୁ ବେଳକୁ ଆର.କେଙ୍କ ବୟସ ୫୮ ବର୍ଷ ହୋଇଥିଲା

ତେବେ ଏନେଇ ମାଓ ସଂଗଠନ ପକ୍ଷରୁ କୌଣସି ପ୍ରକାର ସୂଚନା ଦିଆଯାଇନାହିଁ । ସେହିପରି ପୋଲିସ ପକ୍ଷରୁ ମଧ୍ୟ ଆର.କେଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରାଯାଇନି ।୧୯୭୦ରେ ମାଓ ସଂଗଠନରେ ସାମିଲ ହୋଇଥିଲା ଆର୍‌.କେ । ସେ କେନ୍ଦ୍ରୀୟ କମିଟିର ସଦସ୍ୟ  ଥିଲା। ଏହାସହ ଆନ୍ଧ୍ର-ଓଡ଼ିଶା ସୀମା ଜୋନାଲ୍ କମିଟିର ସମ୍ପାଦକ ମଧ୍ୟ ଥିଲା। ରାମାଗୁଡ଼ା ଏନକାଉଣ୍ଟର ପରେ ସମ୍ପାଦକ ପଦରୁ ଓହରିଥିଲା ଆର୍.କେ। ଓଡ଼ିଶାରେ ଆର୍.କେ. ନାଁରେ ୨ଶହରୁ ଅଧିକ ମାମଲା ରହିଛି । ଆର୍‌.କେ ନାଁରେ ବିଭିନ୍ନ ରାଜ୍ୟରେ ଅନେକ ମାମଲା ଥିବା ବେଳେ ତା’ଉପରେ ୯୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା। ୨୦୦ ମସିହାରେ ଅନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାର ତୁମରୁକୋଟା ଗାଁର ବାସିନ୍ଦା ଆର୍‌.କେ ଅବିଭକ୍ତ ଆନ୍ଧ୍ରପ୍ରଦେଶରେ ୱାଇ.ଏସ୍‌ ରଜଶେଖର ରେଡ୍ଡିଙ୍କ ନେତୃତତ୍ୱାଧିନ କଂଗ୍ରେସ ସରକାର ସହ ଶାନ୍ତି ଆଲୋଚନାରେ ତତ୍କାଳୀନ ସିପିଆଇ-ଏମଏଲର ନେତୃତ୍ୱ ନେଇଥିଲା।

ଅକ୍ଟୋବର ୨୦୧୬ରେ ଓଡ଼ିଶାର ମାଲକାନଗିରି ସୀମାନ୍ତ ଜିଲ୍ଲାରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିମାଡରେ ଆର୍‌.କେ ଆହତ ହୋଇଥିଲା। ପରେ ସେ ସୁରକ୍ଷିତ ଥିବା ନେଇ ମାଓବାଦୀଙ୍କ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଥିଲା। ସେତେବେଳେ ପୁଲସ ମାଓବାଦୀ ଗୁଳି ବିନିମୟରେ ପ୍ରାୟ ୩୦ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା

Leave a Reply

Your email address will not be published. Required fields are marked *