ଆସନ୍ତାକାଲିଠୁ ଅନଲାଇନରେ ଆରମ୍ଭ ହେବ +୨ ଖାତାଦେଖା
ଭୁବନେଶ୍ବର, (ଓଡିଶା ଟାଇମ୍) : ଜୁନ୍ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ଅନଲାଇନ୍ ଖାତା ଦେଖା । ଏଥିପାଇଁ ୩୬ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି । ଦୁଇଟି ପର୍ୟ୍ୟାୟରେ ଓ ଦୁଇଟି ସିଫ୍ଟରେ ଖାତା ଦେଖା ହେବ । ସକାଳ ସାଢ଼େ ୭ଟାରୁ ମଧ୍ୟାହ୍ନ ସାଢ଼େ ୧୨ ଟା ଯାଏ ପ୍ରଥମ ସିଫ୍ଟ ଓ ଦିନ ୧.୩୦ରୁ ସଂଧ୍ୟା ୬ଟା ୩୦ ଯାଏ ଦ୍ୱିତୀୟ ସିଫ୍ଟରେ ଖାତା ଦେଖା ହେବ ।
ଏବେ କେବଳ ଅନଲାଇନ୍ ବିଷୟର ଖାତା ଦେଖା ହେବ । ପରବର୍ତ୍ତୀ ପର୍ୟ୍ୟାୟରେ ଅଫଲାଇନରେ ମୂଲ୍ୟାୟନ ହେବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି ।