୯୪ ଟଙ୍କା ଟପିଲା ପେଟ୍ରୋଲ ଦର

ଭୁବନେଶ୍ବର, (ଓଡିଶା ଟାଇମ୍) :୯୦ ଟପିଲା ପେଟ୍ରୋଲ ଓ ଡିଜେଲ ଦର। ମାଲକାନଗିରିରେ ପେଟ୍ରୋଲ ୯୪ ଟଙ୍କା ପାର୍‌ କରିଛି। ବର୍ତ୍ତମାନ ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ୯୪ ଟଙ୍କା ୦୮ ପଇସା ଥିବା ବେଳେ ଡିଜେଲ ୯୦ ଟଙ୍କା ୬୬ ପଇସା ରହିଛି।

ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୯ ଟଙ୍କା ୪୨ ପଇସା ଏବଂ ଡିଜେଲ ୮୬ଟଙ୍କା ୧୩ ପଇସା ରହିଛି। କଟକରେ ପେଟ୍ରୋଲ ଲିଟର ପିଛା ୮୯ ଟଙ୍କା ୭୩ ପଇସା ଏବଂ ଡିଜେଲ ୮୬ ଟଙ୍କା ୪୩ ପଇସା ରହିଛି।

ସେହିପରି ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ୨୯ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ୩୨ ପଇସା ବୃଦ୍ଧି ପାଇଛି। ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୮ ଟଙ୍କା ୭୩ ପଇସାରେ ପହଞ୍ଚି ଥିବାବେଳେ ଡିଜେଲ ୭୯ ଟଙ୍କା ୬ ପଇସାରେ ପହଞ୍ଚିଛି। ବାରମ୍ବାର ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *