ଆଜି ବିଶ୍ବ ପରିବେଶ ଦିବସ: ହ୍ରାସ ପାଇଛି ପରିବେଶ ପ୍ରଦୂଷଣ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ହେଉଛି ବିଶ୍ବ ପରିବେଶ ଦିବସ । ଏହି ଅବସରରେ ଆମେ ଆମ ପରିବେଶ ସମ୍ପର୍କରେ ପୁଣି ଥରେ ଟିକେ ଚିନ୍ତା କରିବାର ଆବଶ୍ୟକତା ରହିଛି । ମଣିଷ ପାଇଁ ପ୍ରକୃତିର ଏହି ସୁନ୍ଦର ସୃଷ୍ଟିକୁ କେବେ ବି ନଷ୍ଟ କରନ୍ତୁ ନାହିଁ । ଏବେଠୁ ସଚେତନ ନହେଲେ ଆଗକୁ ଆମକୁ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ। କରୋନା ଭଳି ମହାମାରୀ ହେଉ କିମ୍ବା ଅମ୍ଫାନ୍, ଫନି ଭଳି ସାମୁଦ୍ରିକ ଝଡ଼ବାତ୍ୟା, ଏସବୁ ବିପର୍ଯ୍ୟୟରୁ ଅନେକ କିଛି ଶିକ୍ଷା ଲାଭ କରିବାର ଅଛି । ଲକଡାଉନ୍ ସମୟରେ ଆମ ପରିବେଶରେ ପ୍ରଦୂଷଣ ହ୍ରାସ ପାଇଛି । ସମସ୍ତେ ଘରେ ରହୁଥିବାରୁ ଗାଡ଼ି ମଟର ଚଳାଚଳ କମ୍ ହୋଇଛି । କଳ, କାରଖାନାର କଳାଧୂଆଁ ଯୋଗୁଁ ଗଗନ ପବନ ପ୍ରଦୂଷିତ ହେବାରୁ ରକ୍ଷା ପାଇଛି । ପ୍ରକୃତିର ପ୍ରକୃତ ରୂପକୁ ଅନୁଭବ କରିବାର ସୁଯୋଗ ଆଣି ଦେଇଛି ଲକ୍‌ଡାଉନ୍। ପୁଣି ଥରେ ପରିବେଶ ସୁରକ୍ଷା ସମ୍ପର୍କରେ ଚିନ୍ତା କରିବାର ଅବସର ଆଣିଦେଇଛି କରୋନା ଲକଡାଉନ୍।ବିଶ୍ବ ପରିବେଶ ଦିବସରେ ମଣିଷ ସମାଜ ପାଇଁ ପ୍ରକୃତିର ବଡ଼ ଉପହାର ସବୁଜିମା ଭରା ବଣ ଜଙ୍ଗଲ, ପାହାଡ଼ ପର୍ବତ, ନଦୀନାଳ, ଜୀବଜନ୍ତୁଙ୍କ ସୁରକ୍ଷା ସମ୍ପର୍କରେ ସଚେନତା ସୃଷ୍ଟି ପାଇଁ ନିଜ ବାଲୁକା କଳା ମାଧ୍ୟମରେ ଏଭଳି କିଛି ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ବାଲୁକା ଶିଳ୍ପୀ ଓମ୍ ପ୍ରକାଶ । ଆଧୁନିକତା ଏବଂ ବିଜ୍ଞାନକୁ ନେଇ ଗର୍ବ କରୁଥିବା ମଣିଷମାନଙ୍କ ପାଇଁ ବିପର୍ଯ୍ୟୟ ଶିକ୍ଷା ଲାଭ କରିବାର ଅବସର ଆଣିଛି । ପ୍ରକୃତିକୁ ନଷ୍ଟ କଲେ ମଣିଷ ତା’ର ଅସ୍ତିତ୍ବ ହରାଇବସିବ ଏଥିରେ କୌଣସି ସଂଦେହ ନାହିଁ ।

Leave a Reply

Your email address will not be published.