ଆଜି ମହାପ୍ରଭୁଙ୍କ ପବିତ୍ର ନବମୀ ଦର୍ଶନ

ପୁରୀ, (ଓଡିଶା ଟାଇମ୍) : ଆଜି ମହାପ୍ରଭୁଙ୍କ ପବିତ୍ର ନବମୀ ସଂଧ୍ୟା ଦର୍ଶନ । କୋଭିଡ କଟକଣା ଯୋଗୁ ଭକ୍ତ ସଂଧ୍ୟା ଦର୍ଶନରୁ ବଞ୍ଚିତ ରହିବେ । ମହପ୍ରଭୁଙ୍କ କେବଳ ଦୈନନ୍ଦିନ ନୀତିକାନ୍ତି ହେବ ।

ଆଜି ସଂଧ୍ୟା ଧୂପ ପରେ ଆସନ୍ତାକାଲି ବାହୁଡା ପାଇଁ ମହାପ୍ରଭୁଙ୍କ ସେନାପଟା ଲାଗି କରାଯିବ ।ଆସନ୍ତାକାଲି ପବିତ୍ର ବାହୁଡା ଯାତ୍ରା। ଭାଇ, ଭଉଣୀଙ୍କୁ ଧରି ନଅ ଦିନର ଯାତ୍ରା ସାରି ରତ୍ନବେଦୀକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି। ଗୁଣ୍ଡିଚା ମନ୍ଦିରରେ ବାହୁଡା ପାଇଁ ସମସ୍ତ ପସ୍ତୁତି ଶେଷ ହୋଇଛି । କାଲି ବାହୁଡା ଯାତ୍ରାକୁ ଦୃଷ୍ଟିରେ ରଖି ଆଜି ରାତି ୧୦ଟାରୁ ୪୮ ଘଣ୍ଟିଆ କର୍ଫ୍ୟୁ ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *