ଦୁଇ ଦିନିଆ ସଟଡାଉନର ଆଜି ଦ୍ବିତୀୟ ଦିନ

ଭୁବନେଶ୍ବର , (ଓଡିଶା ଟାଇମ୍) : ଦୁଇ ଦିନିଆ ସଟଡାଉନ୍ ର ଆଜି ଦ୍ବିତୀୟ ଦିନ। ୧୧ଟି ଜିଲ୍ଲାରେ ଜୁନ୍ ମାସରେ ପ୍ରତି ସପ୍ତାହର ଶନି ଓ ରବିବାର ଦିନ ଶଡାଉନ୍ କରାଯିବ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ଗତକାଲି ଠାରୁ ଏହା ଆରମ୍ଭ ହୋଇଛି । ଆଉ ଆଜି ହେଉଛି ଏହି ସପ୍ତାହର ଦ୍ବିତୀୟ ଶଟଡାଉନ୍ । ସବୁଠୁ ଅଧିକ କରୋନା ପ୍ରଭାବିତ ଜିଲ୍ଲା ଗଞ୍ଜାମ , ଯାଜପୁର , ଭଦ୍ରକ ,ପୁରୀ , ନୟାଗଡ଼ , କଟକ , ଜଗତସିଂହପୁର , କେନ୍ଦ୍ରାପଡ଼ା , ଖୋର୍ଦ୍ଧା , ବାଲେଶ୍ବର ଓ ବଲାଙ୍ଗିରରେ ଶନିବାର ଓ ରବିବାର ଦୁଇ ଦିନିଆ ଶଡାଉନ୍ ଘୋଷଣା ହୋଇଛି । ଶଟଡାଉନ୍ ସମୟରେ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିବାର ନିୟମ ରହିଛି । ସ୍ଵାସ୍ଥ୍ୟ ସେବା , ଜଳ ଓ ବିଦ୍ୟୁତ୍‌ ଯୋଗାଣ , ଆରବିଆଇ ଭଳି ଆର୍ଥିକ ସଂସ୍ଥା , କ୍ଲିୟରିଂ ହାଉସ ଓ ଏଟିଏମ୍ ଖୋଲା ରହିବ । ଏୟାରପୋର୍ଟ , ଷ୍ଟେସନ୍ , ବସ୍ ଟର୍ମିନାଲ ସ୍ବାଭାବିକ ଭାବେ କାମ କରିବ । ତେଣୁ ଏସବୁ ସଂସ୍ଥାରେ ନିୟୋଜିତ ଲୋକଙ୍କ ଉପରେ କୌଣସି ଯା ‘ ଆସ କଟକଣା ନାହିଁ । ଖବରକାଗଜ ହକରଙ୍କୁ ସକାଳ ୫ଟାରୁ ୮ଟା ଯାଏ ବିକ୍ରି ଅନୁମତି ମିଳିଛି । ଏଲପିଜି ହୋମ୍ ଡେଲିଭରି କରୁଥିବା କର୍ମଚାରୀ ମଧ୍ୟ ବିନା ବାଧାରେ ନିଜ କାମ କରିପାରିବେ । ହେଲେ ଏମାନଙ୍କୁ ପରିଚୟପତ୍ର ଓ ଭେଇକିଲ ପାସ୍ ଦେଖାଇବାକୁ ପଡ଼ିବ ।

Leave a Reply

Your email address will not be published.