ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଦିନ ୧୧ଟାରେ ଭିଡିଓ କନଫେରେନସିଂ ଜରିଆରେ ବସିବାକୁ ଥିବା ଏହି ବୈଠକରେ, ଗଜପତି ମହାରାଜା ଅଧ୍ୟକ୍ଷତା କରିବେ । କାଯ୍ୟକାରୀ ଅଧ୍ୟକ୍ଷ ସୁରେଶ ମହାପାତ୍ର, ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର, ଜିଲ୍ଲାପାଳ ବଲୱନ୍ତ ସିଂ, ଏସପି ଉମାଶଙ୍କର ଦାସ ଆଦି ମଧ୍ୟ ବୈଠକରେ ଉପସ୍ଥିତ ରହିବେ । ଏଥି ସହିତ ବୈଠକରେ ସମସ୍ତ ପରିଚାଳନା କମିଟି ସଦସ୍ୟ, ସେବାୟତ ପ୍ରତିନିଧି ଯୋଗ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଆଉ ବହୁ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବେ l

Leave a Reply

Your email address will not be published. Required fields are marked *