ଭୁବନେଶ୍ୱରରେ ଆଜି ଆଉ ୫୧ ପଜିଟିଭ ଚିହ୍ନଟ
ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜି ଭୁବନେଶ୍ୱରରୁ ୫୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୫୧ଜଣଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୩୫ ଓ ସ୍ଥାନୀୟ ଅଞ୍ଚଳରୁ ୧୬ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ୫ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି ।
ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୬ଜଣଙ୍କ ମଧ୍ୟରେ ହସ୍ପିଟାଲରୁ ୩୨ ଓ ୨୫ବର୍ଷୀୟ ଦୁଇ ମହିଳା, ଚନ୍ଦ୍ରଶେଖରପୁରରୁ ୨୭ବର୍ଷୀୟ ଯୁବକ ଓ ୫୦ବର୍ଷୀୟ ପୁରୁଷ, ଲକ୍ଷ୍ମୀସାଗରରୁ ଜଣେ ୩୯ବର୍ଷୀୟ ପୁରୁଷ, କଳିଙ୍ଗ ବିହାରରୁ ୬୫ବର୍ଷୀୟ ଓ ୨୮ବର୍ଷୀୟ ଦୁଇ ମହିଳା, ଭରତପୁରରୁ ଜଣେ ୨୧ବର୍ଷୀୟ ଯୁବତୀ, ଖାରବେଳ ନଗରରୁ ଜଣେ ୨୮ବର୍ଷୀୟ ଯୁବତୀ, ଶାସ୍ତ୍ରି ନଗରରୁ ଜଣେ ୫୭ବର୍ଷୀୟ ବୃଦ୍ଧ, ୟୁନିଟ-୬ରୁ ୨୧ ଓ ୨୦ ବର୍ଷୀୟ ଦୁଇ ଯୁବକ, ଶାସ୍ତ୍ରୀ ନଗରରୁ ଜଣେ ୩୪ବର୍ଷୀୟ ମହିଳା, ଝାରପଡ଼ାରୁ ୨୭ବର୍ଷୀୟ ଯୁବକ, ନୟାପଲ୍ଲୀରୁ ୨୮ବର୍ଷୀୟ ଯୁବତୀ ଓ ଜେଇ ୨୯ବର୍ଷୀୟ ଯୁବକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।