ଭୁବନେଶ୍ୱରରୁ ଆଜି ୩୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ବରରୁ ଆଜି ଆଉ ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୫ ଜଣ ହୋମ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଓ ୧୩ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବରରୁ ଏପର୍ଯ୍ୟନ୍ତ ୧୪ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏ ନେଇ ବିଏମସି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ଚିହ୍ନଟ ହୋଇଥିବା ୩୮ଜଣଙ୍କ ମଧ୍ୟରୁ ୨୫ଜଣ ହୋମ କ୍ୱାରେଣ୍ଟିନ ଓ ୧୩ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ଜୟଦେବ ବିହାରର ୨ ବର୍ଷିଆ ଶିଶୁଙ୍କ ସମେତ ୫ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ମୁମ୍ବାଇ ଫେରନ୍ତା ଏହି ୫ଜଣ । ମଞ୍ଚେଶ୍ୱରରେ ଉତ୍ତରପ୍ରଦେଶ ଫେରନ୍ତା ୧୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ମଞ୍ଜେଶ୍ୱରର ଆଉ ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ମଞ୍ଚେଶ୍ୱର ଅଞ୍ଚଳର ୪ ପଶ୍ଚିମବଙ୍ଗ ଫେରନ୍ତା , ପେଡ଼୍ କ୍ୱାରେଣ୍ଟିନରେ ଥିବା ଜଣେ ପଶ୍ଚିମବଙ୍ଗ ଫେରନ୍ତା, ୟୁନିଟ-୮ ଡ଼େଲ୍ଟା ଅଞ୍ଚଳର ଦୁଇ ମୁମ୍ବାଇ ଫେରନ୍ତା, ୟୁନିଟ-୬ ରାଧାକୃଷ୍ଣ ମନ୍ଦିର ପାଖରେ ଜଣେ ବେଙ୍ଗାଲୁରୁ ଫେରନ୍ତା, ଶିରୀପୁର ଲକ୍ଷ୍ମୀବଜାର ବସ୍ତିର ଜଣେ ମୁମ୍ବାଇ ଫେରନ୍ତା, ଚକେଇସିଆଣି ହାଡ଼ଭାଇ ବସ୍ତିର ୪୬ବର୍ଷୀୟ ବ୍ୟକ୍ତି, ୪ଟି ବିଭିନ୍ନ ହସ୍ପିଟାଲର ୬ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି ।

ଏହାସହ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୮କୁ ବୃଦ୍ଧି ପାଇଛି । ୨୫୮ ପଜିଟିଭଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ହୋଇଛି ଓ ୧୨୭ଜଣ ସୁସ୍ଥ ହୋଇଛନ୍ତି । ରାଜଧାନୀରେ ୧୨୮ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

Leave a Reply

Your email address will not be published. Required fields are marked *