୧୧ ଜିଲ୍ଲାରେ ଜାରି ରହିଛି ୪୮ଘଣ୍ଟିଆ ସଟଡାଉନ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି। ତେଣୁ ଜୁନ ମାସରେ ଅଧିକ ସଂକ୍ରମଣ ସଂଖ୍ୟା ବଢିବାର ଆଶଙ୍କା ଥିବାରୁ ସରକାରଙ୍କ ପକ୍ଷରୁ ଚଳିତ ମାସର ପ୍ରତି ସପ୍ତାହ ର ଶନିବାର ଓ ରବିବାର ସଟଡାଉନ ରଖିବାକୁ  ରାଜ୍ୟ ସରକାର ଘୋଷଣା କରିଥିଲେ। ଆଜି  ରାଜ୍ୟର ୧୧ଟି ଜିଲ୍ଲାରେ ୪୮ଘଣ୍ଟିଆ ସଟଡାଉନ ରହିଛି । ଶନିବାର ଓ ରବିବାର ସଟଡାଉନ ରହିବାକୁ ଥିବା ୧୧ଟି ଜିଲ୍ଲା ଗୁଡିକ ଗଞ୍ଜାମ, ପୁରୀ, ନୟାଗଡ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ବଲାଙ୍ଗୀର ।

୧୧ଟି ଜିଲ୍ଲା ଗୁଡିକରେ ଦୋକାନ , ବଜାର ଖୋଲିବା ଉପରେ  କଟକଣା ଲାଗୁ ରହିବ। ସ୍ୱାସ୍ଥ୍ୟସେବା ଭଳି ଅତ୍ୟାବଶ୍ୟକ ସେବା ଉପଲବ୍ଧ ରହିବ। ଆଉ ଅନ୍ୟ  ସବୁ ବନ୍ଦ ରହିବ।

Leave a Reply

Your email address will not be published.