ଟିଏମସି ନେତା ମୁକୁଲ ରୟଙ୍କ ପତ୍ନୀଙ୍କ ଦେହାନ୍ତ

କୋଲକାତା, (ଓଡିଶା ଟାଇମ୍): ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଟିଏମସି ନେତା ମୁକୁଲ ରୟଙ୍କ ପତ୍ନୀ କୃଷ୍ଣା ରୟଙ୍କ ଦେହାନ୍ତ । ଚେନ୍ନାଇର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସୂଚନା ଅନୁଯାୟୀ, କୃଷ୍ଣା ରୟ ପୋଷ୍ଟ୍ କୋଭିଡ ସମସ୍ୟା ଦେଇ ଗତି କରୁଥିଲେ । କରୋନାରୁ ସୁସ୍ଥ ହେବା ପରେ ଆସିଥିବା ଜଟିଳତା ସହ ଲଢେଇ କରି ସେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ।

ଆଜି ସକାଳ ୫ଟା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କିଛି ଦିନ ପୂର୍ବରୁ କୃଷ୍ଣ ରୟଙ୍କୁ ଚିକିତ୍ସା ପାଇଁ କୋଲକାତାରୁ ଚେନ୍ନାଇକୁ ସ୍ଥାନାନ୍ତର କରାଯାଇଥିଲା । ଶେଷ ମୁହୂର୍ତ୍ତରେ ତାଙ୍କ ପୁଅ ଶୁଭ୍ରାନ୍ସୁ ରୟ ତାଙ୍କ ସହ ଥିଲେ । ଶେଷ ରୀତିନୀତି ପାଇଁ ସନ୍ଧ୍ୟା ସୁଦ୍ଧା କୃଷ୍ଣ ରୟଙ୍କ ମୃତଦେହ କୋଲକାତା ଅଣାଯିବ ।

Leave a Reply

Your email address will not be published. Required fields are marked *