ଟାଇମ୍ସ ଗ୍ରୁପ୍ ଚେୟାରମ୍ୟାନ୍ ଇନ୍ଦୁ ଜୈନଙ୍କ ପରଲୋକ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): କରୋନା ସଂକ୍ରମଣରେ ଅନେକ ଲୋକ ପ୍ରାଣ ହରାଉଛନ୍ତି । କରୋନା ଯୋଗୁଁ ଲୋକମାନେ ଏକ ପ୍ରସିଦ୍ଧ ବ୍ୟକ୍ତିତ୍ୱ ହରାଇଛନ୍ତି । ଟାଇମ୍ସ ଗ୍ରୁପ୍ ଚେୟାରମ୍ୟାନ୍ ଇନ୍ଦୁ ଜୈନଙ୍କର ୮୪ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଦିଲ୍ଲୀରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଇନ୍ଦୁ ଜୈନ କରୋନା ସଂକ୍ରମିତ ହୋଇଥିଲେ। ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି।
ପିଏମ ମୋଦୀ ଟ୍ୱିଟ କରି ଲେଖିଛନ୍ତି, ଟାଇମ୍ସ ଗ୍ରୁପର ଚେୟାରମ୍ୟାନ୍ ଇନ୍ଦୁ ଜୈନଙ୍କ ମୃତ୍ୟୁରେ ମୁଁ ଦୁଃଖିତ। ତାଙ୍କୁ ତାଙ୍କର ସମ୍ପ୍ରଦାୟ ସେବା, ଭାରତର ପ୍ରଗତି ପ୍ରତି ଆଗ୍ରହ ଏବଂ ଆମ ସଂସ୍କୃତି ପ୍ରତି ପ୍ରବଳ ଆଗ୍ରହ ପାଇଁ ତାଙ୍କୁ ସ୍ମରଣ କରାଯିବ । ତାଙ୍କ ସହିତ ମୋର ବାର୍ତ୍ତାଳାପ ମନେ ଅଛି । ତାଙ୍କ ପରିବାର ପ୍ରତି ସମବେଦନା । ଓମ୍ ଶାନ୍ତି ।
ବଲିଉଡ ଅଭିନେତା ରିତେଶ ଦେଶମୁଖ ମଧ୍ୟ ଇନ୍ଦୁ ଜୈନଙ୍କ ମୃତ୍ୟୁକୁ ସମବେଦନା ଜଣାଇଛନ୍ତି। ସେ ଟୁଇଟ୍ କରି ଲେଖିଛନ୍ତି, ଇନ୍ଦୁ ଜୈନଙ୍କ ମୃତ୍ୟୁରେ ଗଭୀର ଦୁଃଖିତ। ସେ ପ୍ରେରଣାଦାୟକ ଏବଂ ପ୍ରକୃତରେ ଏକ ମାର୍ଗଦର୍ଶକ ଶକ୍ତି ଥିଲେ । ସେ ଟାଇମ୍ସ ଅଫ୍ ଇଣ୍ଡିଆ ଏବଂ ତାଙ୍କର ଅନେକ ଇନିସିଏଟିଭ୍ସରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ଆତ୍ମାକୁ ଶାନ୍ତି ମିଳୁ । ତାଙ୍କ ପରିବାର ପ୍ରତି ମୋର ସମବେଦନା । ଇନ୍ଦୁ ଜୈନ ଟାଇମ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଥିଲେ। ଏହା ବ୍ୟତୀତ ସେ ଭାରତୀୟ ଜ୍ଞାନପିଠ ଟ୍ରଷ୍ଟର ଚେୟାରମ୍ୟାନ୍ ମଧ୍ୟ ଥିଲେ । ୨୦୧୬ ମସିହାରେ ଇନ୍ଦୁ ଜୈନଙ୍କୁ ପଦ୍ମଭୂଷଣରେ ସମ୍ମାନୀତ କରାଯାଇଥିଲା।