ନନ୍ଦନକାନରେ ବାଘ ଛୁଆ ରକି ଅସୁସ୍ଥ; ଚାଲିଛି ଚିକିତ୍ସା

ବାରଙ୍ଗ, (ଓଡିଶା ଟାଇମ୍): ବାଘ ଛୁଆ ରକି ଅସୁସ୍ଥ। ନନ୍ଦ ନକାନନରେ ୧୨ ମାସର ବାଘ ଛୁଆ ରକି ଅସୁସ୍ଥ ହୋଇପଡ଼ିଛି। ଗତ ଦୁଇଦିନ ହେଲା ତାକୁ ତରଳ ଝାଢ଼ା ହେଉଥିବା ଯୋଗୁ ବାଘ ଛୁଆଟି ଅତ୍ୟନ୍ତ ଦୂର୍ବଳ ହୋଇ ପଡ଼ିଛି। ଅସୁସ୍ଥତା ଯୋଗୁ ରକିକୁ ଖିୁଆଡରୁ ବାହାର କରି ନନ୍ଦନକାନନ  ଭେଟନାରୀରେ ଥିବା ଏକ ସୂତନ୍ତ୍ର କୋଠରୀରେ ରଖାଯାଇ ଚିକିତ୍ସା କରାଯାଉଛି। ସାଲାଇନ ସହିତ ଆଣ୍ଟିବାୟୋଟିକ୍ ମେଡିସିନ ମଧ୍ୟ ଦିଆଯାଉଛି।

୨୦୨୧ ମାର୍ଚ୍ଚ ମାସ ୨୮ ତାରିଖରେ ବାଘଛୁଆ ରକିର ଜନ୍ମ ହୋଇଥିଲା। ଧଳାବାଘୁଣି ବିଜୟା ପାଖରୁ ରକି ସହିତ ରାକେଶ ଓ ବଂଶି ନାମକ ଅନ୍ୟ ଦୁଇଟି ବାଘ ଶାବକ ଜନ୍ମ ଦେଇଥିଲା ସେଥିମଧ୍ୟରୁ ଗତ ବର୍ଷ ସେପ୍ଟେମ୍ବର ମାସରେ  ବଂଶି ପାର୍ବୋ  ରୋଗର ପୀଡ଼ିତ ହୋଇ ମୃତ୍ୟୁ ହୋଇଥିବା ଏବେ ରକିର ଅସୁସ୍ଥତା ନେଇ କତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଯାଇଛି।

Leave a Reply

Your email address will not be published. Required fields are marked *